15.1 C
Bhubaneswar
Monday, February 9, 2026
Homeଓଡିଶାଅନୁସୂଚିତ ଜନଜାତିମାନଙ୍କ ସଫଳ ରୂପାୟନ ନିମନ୍ତେ ବୈଠକ ଅନୁଷ୍ଠିତ

ଅନୁସୂଚିତ ଜନଜାତିମାନଙ୍କ ସଫଳ ରୂପାୟନ ନିମନ୍ତେ ବୈଠକ ଅନୁଷ୍ଠିତ

ଯାଜପୁର: ଗୁରୁବାର ଯାଜପୁର ଜିଲ୍ଲାରେ ଅପରାହ୍ନ ୧୨.୩୦ ମିନିଟ ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ଓସ୍ୱାନ ପ୍ରକୋଷ୍ଠରେ ଅନୁସୂଚିତ ଜନଜାତି ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଉଦ୍ଦିଷ୍ଟ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DAJGUA) ର ସଫଳ ରୂପାୟନ ନିମନ୍ତେ ଏକ ସଂଯୋଜକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ଜିଲ୍ଲାର ୫ଟି ବ୍ଲକ୍ ଅଧୀନସ୍ଥ ୬୭ ଟି ରାଜସ୍ୱ ଗ୍ରାମରେ ବସବାସ କରୁଥିବା ପ୍ରାୟ ୧ ଲକ୍ଷ ୬୦ ହଜାର ଅନୁସୂଚିତ ଜନଜାତି ମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ପ୍ରସ୍ତୁତ ଖସଡ଼ା ଅନୁଯାୟୀ ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ଆବଶ୍ୟକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ୫ଟି ବ୍ଲକ୍ ଅନ୍ତର୍ଗତ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅନ୍ୟାନ୍ୟ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଅଭାସୀ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking