ପିପିଲା: ବଳଙ୍ଗା ଥାନା କୋଟକୋସାଙ୍ଗରେ ୨ ଜଣଙ୍କ ପ୍ରତି ବର୍ବର ଆଚରଣ । ଜଣେ ନାବାଳକ ଓ ଆଉ ଜଣେ ୧୮ ବର୍ଷୀୟ ଯୁବକଙ୍କୁ ନିର୍ଯାତନା । ଉଭୟଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ସିଗେରିଟ୍ ଚେଙ୍କ ଦେଲେ । ଏତିକିରେ ମନ ଶାନ୍ତି ହୋଇନଥିଲା, ପରିସ୍ରା ମଧ୍ୟ ପିଆଯାଇଥିଲା । କୋଟକୋସାଙ୍ଗ ଓ ପ୍ରଧାନସାହି ମଧ୍ୟରେ ବିବାଦକୁ ନେଇ ବର୍ବରତା । ନିର୍ଯତନାର ଶିକାର ୨ ଜଣ ସମ୍ପୃକ୍ତ ଦୁଇ ଗାଁର ନଥିଲେ । ଦୁଇ ଜଣ ଯେତେ କାକୁଡି ମିନତି ହେଲେ ବି କେହି ଶୁଣିଲେନି । ସୂଚନା ପାଇ ଘଟଣାସ୍ଥଳକୁ ଯାଇ ଉଦ୍ଧାର କଲେ ପରିବାର ଲୋକେ । ମାତ୍ର ଘଟଣା କାଲିଠୁ ଘଟିଥଲେ ବି ବଳଙ୍ଗା ପୋଲିସ ହାତ ଖାଲି ।