27.1 C
Bhubaneswar
Sunday, July 7, 2024
Homeଓଡିଶାରୋଗୀଙ୍କୁ ମେଡିକାଲ ଆଣିବାକୁ ଡାକ୍ତରୀଦଳ ନାକେଦମ୍‌ ; ପୀଡିତ ଜୁଆଙ୍ଗଙ୍କ ଡାକ୍ତର ଉପର ବିଶ୍ବାସ ନହିଁ...

ରୋଗୀଙ୍କୁ ମେଡିକାଲ ଆଣିବାକୁ ଡାକ୍ତରୀଦଳ ନାକେଦମ୍‌ ; ପୀଡିତ ଜୁଆଙ୍ଗଙ୍କ ଡାକ୍ତର ଉପର ବିଶ୍ବାସ ନହିଁ ଗୁଣିଆ ସେମାନଙ୍କ ପାଇଁ ଇଷ୍ଟ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ର ଗୁହିଆଶାଳ ଜୁଆଙ୍ଗ ବସ୍ତି ରହିଛି l ସେମାନେ ଡାକ୍ରଖାନାକୁ ଚିକିତ୍ସା ପାଇଁ ନ ଆସି ଗୁଣିଆ ଙ୍କ ଉପରେ ଅତୁଷ୍ଟ ବିଶ୍ବାସ ରହୁଚି ଗୁଣିଆ ଙ୍କ କଥାରେ କୁକୁଡ଼ା ବଳି ଦେଇ ଜଙ୍ଗଲ ରୁ ଚେର ମୂଳି ଖାଉଛନ୍ତି ସେମାନଙ୍କ ମନରେ ଅନ୍ଧ ବିଶ୍ବାସ ଘରି ରହିଛି ରୋଗ ପଡ଼ି କମ ବୟସର ମୃତୁ ବରଣ କରୁଚନ୍ତି ଯେତେ ବୁଝାଇଲେ ସୁଧା କିଚି ବୁଜୁ ନାହାଁନ୍ତି l ପୁରୁଣା ପରମ୍ପରା କୁ ଜାବୁଡ଼ି ଧରିଛନ୍ତି l ଏବେ ବର୍ଷା ରିତୁ ଆସିଛି l ଜଳ ବାୟୁ ପରି ପରିବର୍ତ୍ତନ ଯୋଗୁ ଥଣ୍ଡା ଜର ଦେଖା ଦେଇଛି l ଝିପି ଝିପି ବର୍ଷା ତିନ୍ତି ଜୁଆଙ୍ଗ ମାନେ କାର୍ଯ୍ୟ କରୁଛନ୍ତି l ବର୍ଷା ଋତୁ ଆସୁଆସୁ ସପ୍ତାହ ହେଲାଣି ଜରରେ କମ୍ପୁଛି ଗୁହିଆଶାଳ ଗାଁ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଚର୍ଚ୍ଚିତ ଗାଁ ନଗଡ଼ା ର ଅପପୃଷ୍ଟି ଶିଶୁ ମୃତୁ ସମଗ୍ର ବିଶ୍ବ ରେ ଚହଳ ସୃଷ୍ଟି କରି ଥିଲା l ଗୁହିଆ ଶାଳ ନଗଡl ର ପଡ଼ୋଶୀ ଗାଁ ଏହି ଗାଁ ରେ ଘରେଘରେ ଥଣ୍ଡାଜର ପ୍ରକୋପ ଦେଖା ଯାଇଚି। ଶିଶୁ ଙ୍କ ଠାରୁ ବୟସ୍କ ବ୍ୟକ୍ତି ମାନେ ଥଣ୍ଡା ଜର ରେ ପୀଡିତ ଏ ସଂକ୍ରାନ୍ତରେ ସୂଚନା ମିଳିବା ପରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ନିର୍ଦ୍ଦେଶରେ ତଥା ବରିଷ୍ଠ ଚିକିତ୍ସାଧିକାରୀ ଡାକ୍ତର ସୁବାସ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ବରେ ବରିଷ୍ଠ ସ୍ବାସ୍ଥ୍ୟ ପରିଦର୍ଶକ ଅନ୍ତର୍ଯ୍ୟାମୀ ଧଳ, ନରହରି ପୂର୍ତ୍ତି, ଭାସ୍କର ହାଇବ୍ରୁ, ମେଘନାଦ ଦେହୁରୀ, ଶରତ ମହାନ୍ତ ଓ ଜୟନ୍ତୀ ମହାନ୍ତଙ୍କୁ ନେଇ ୭ ଜଣିଆ ସ୍ବତନ୍ତ୍ର ଡାକ୍ତରୀଦଳ ସୋମବାର ଦିନ ଗୁହିଆଶାଳ ପହଞ୍ଚିଥିଲେ। ଅଧିକାଂଶ ରୋଗୀ ଓ ପରିବାର ଡାକ୍ତର ଖାନ ଯିବା ଶୁଣି ଜଙ୍ଗଲ5 ଲୁଚିଥିଲେ। ଗୁଣିଗାରେଡ଼ି ଓ ଜଡ଼ିବୁଟିରେ ରୋଗ ଭଲ ହୋଇଯିବ ବୋଲି ଅଜବ ଯୁକ୍ତିକରି ଡାକ୍ତରୀଦଳକୁ ଅସହଯୋଗ କରିଥିଲେ। ବରଂ ଗାଁରେ ଥାଇ ଔଷଧ ଖାଇ ରହିବାକୁ ଜିଦ୍‌ କରିଥିଲେ। ଏକାଧିକ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ଜାଣି ଡାକ୍ତରୀଦଳ ଗ୍ରାମବାସୀଙ୍କୁ ଘଣ୍ଟାଏ ଧରି ବୁଝାସୁଝା ଓ ବିଭିନ୍ନ ପ୍ରଲୋଭନ ଦେଖାଇବା ପରେ ୬ ଜଣ ରୋଗୀ ସ୍ବାସ୍ଥ୍ୟ ବିଭାଗ ବୋଲେରୋ ଗାଡ଼ିକୁ ଉଠିଥିଲେ। ଗାଁ କୁ ରାସ୍ତା ନ ଥିବାର ଆମ୍ବୁଲାନ୍ସ ଆସିବା ସମ୍ଭବ ନହେବାରୁ ୨ ଥରରେ ୬ଜଣ ଅସୁସ୍ଥ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ମୋଟ୍‌ ୧୩ ଜଣଙ୍କୁ ଏକ ଗାଡ଼ି ରେ ସୁକିନ୍ଦା ଗୋଷ୍ଟି ସ୍ୱlସ୍ତ କେନ୍ଦ୍ର କୁ ଅଣାଯାଇଥିଲା। ରୋଗୀମାନେ ହେଲେ ତାରା ଓ କାଳିଆ ପ୍ରଧାନଙ୍କ ୨ ପୁଅ ରଞ୍ଜିତ(୪୮ ମାସ) ଓ ବଦ୍ରି(୩୦ ମାସ), ଲକ୍ଷ୍ମଣ ପ୍ରଧାନ(୪୪), ତାଙ୍କ ପତ୍ନୀ ସ‌ାଧବାଣୀ(୪୧), ନନ୍ଦ ପ୍ରଧାନଙ୍କ ପତ୍ନୀ ପଲଏ(୪୦), ଶୁକୁରା ପ୍ରଧାନଙ୍କ ପତ୍ନୀ ରୁପାଇ(୨୭)। ୩ ଅସୁସ୍ଥ ମାଆ ସେମାନଙ୍କ କୋଳରେ ଥିବା ଛୁଆ ଓ ସ୍ବାମୀମାନଙ୍କ ସହ ମେଡିକାଲ୍ ଆସିଥିଲେ। ୪ ବର୍ଷର ଶିଶୁ ରଞ୍ଜିତର ଜର କମୁନଥିବା ସହ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ଜଣାପଡ଼ିଥିଲା। ଏଠାରେ ଶିଶୁ‌ରୋଗ ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗଣା ଶିଶୁକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ଯୋଜନା ହୋଇଥିଲା। ଏକଥା ଜାଣିବା ପରେ ମାଆବାପା ଦୁହେଁ ରୋଗଣା ଛୁଆ ଦୁହିଁଙ୍କୁ ଧରି ମେଡିକାଲ୍‌ରୁ ଲୁଚି ପଳାଇବା ଉଦ୍ୟମ କରିଥିଲେ। ଏହି ଅବୁଝ‌ା ଜୁଆଙ୍ଗ ଦମ୍ପତି ଯାଜପୁରଟାଉନ ଯିବାକୁ ରୋକ୍‌ଠୋକ୍‌ ମନା କରିଥିଲେ। ବରଂ ଗାଁରେ ଥାଇ ଗୁଣିଗାରେଡ଼ି କରି ଛୁଆକୁ ଭଲ କରିଦେବେ ବୋଲି ବ‌ାହାସ୍ଫୋଟ ମାରିଥିଲେ। ଅନ୍ୟ ୫ ଜଣ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲେ ହେଁ ମେଡିକାଲରେ କେବଳ ତାରା ଓ କାଳିଆ ପ୍ରଧାନଙ୍କୁ ଅଟକାଇ ରଖାଯିବା ସମ୍ଭବ ନଥିବାରୁ ମେଡିକାଲ୍ କର୍ତ୍ତୃପକ୍ଷ ନିରୁପାୟ ହୋଇ ସମସ୍ତ ରୋଗୀ ସହ ୧୩ ଜଣ ଗ୍ରାମବାସୀଙ୍କୁ ମେଡିକାଲରେ ରଖାଯାଇଛି। ଗାଁରେ ଥିବା ଅନ୍ୟ ରୋଗୀମାନଙ୍କୁ ଔଷଧ ଦିଆଯାଇଛି, ଆବଶ୍ୟକ ସ୍ଥଳେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନ କୁ ଅଣା ଯାଇ ଚିକିତ୍ସା କରାଯିବା ବୋଲି ଡାକ୍ତର ମାନେ କହନ୍ତି l
ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆର୍‌ବିଏସ୍‌କେ ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ଜେନାଙ୍କୁ ଯୋଗାଯୋଗ କରିବାରେ ‌୩ ଦିନ ଧରି ୬ ଜଣଯାକ ରୋଗୀଙ୍କ ଚିକିତ୍ସା ଜାରିରହିଥିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା କହନ୍ତି। ଶିଶୁ ବିଶଷଜ୍ଞ ନ ଥିବାରୁ ଗୁରୁ ତର ଶିଶୁ ମାନଙ୍କୁ ଯାଜପୁର ସଦମହକୁମାର କୁ ଚିକିତ୍ସା ପାଇଁ ପଠାଇବା କୁ ଶିଶୁ ମାନଂକ ପିତା ମାତା ରାଜି ନହେବାରୁ ଡକ୍ଟର ମାନଂକ ମୁଣ୍ଡ ବିନ୍ଧା ର କାରଣ ସଜିଛି ଯେତେ ବୁଝାଇଲେ ମଧ୍ୟ ଜୁଆଙ୍ଗ ଅବୁଜା ହେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking