25.1 C
Bhubaneswar
Wednesday, March 18, 2026
Homeଓଡିଶାଲାଞ୍ଚ ନେଲା ବେଳେ ମେଡିକାଲ ଅଫିସରଙ୍କୁ ଗିରଫ

ଲାଞ୍ଚ ନେଲା ବେଳେ ମେଡିକାଲ ଅଫିସରଙ୍କୁ ଗିରଫ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ସାଇଁକୁଳ ହେଲ୍‌ଥ କମୁନିଟି ସେଣ୍ଟରର ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ । ଭଣ୍ଡାରିଡିହା ଓ ବାତୋ ସ୍ୱାସ୍ଥ୍ୟକେନ୍ଦ୍ରର ଯୋଗ ପ୍ରଶିକ୍ଷିକ ଭାବେ କାର୍ଯ୍ୟାରତ ଥିବା ଦେବବ୍ରତ ସାହୁଙ୍କ ଦୁଇ ମାସର ଦରମା ବିଲ୍ ପାସ କରିବା ଏବଂ ତାଙ୍କ ଭାଉଣ ଚିନ୍ମୟୀ ସାହୁଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ତରୁଆଁ, ବରିପାଳ, ଗଡବାନ୍ଧଗୋଡା, ବଡପଦନା ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ପ୍ରଶିକ୍ଷିକା ଭାବେ ନିଯୁକ୍ତିପତ୍ର ଦେବା ପାଇଁ ୨୦ ହଜାର ୮୦୦ ଟଙ୍କା ଲାଞ୍ଚ ଦେବା ପାଇଁ ଦେବବ୍ରତ ସାହୁଙ୍କୁ କହିଥିଲେ ଡା. ରଞ୍ଜିତ କୁମାର ରାଉତ । ଏନେଇ  ଦେବବ୍ରତ ଓଡ଼ିଶା ଭିଜିଲାନ୍ସର ଟୋଲ- ଫ୍ରି ନମ୍ବର ୧୦୬୪କୁ ଡାକ୍ତରଙ୍କ ଦ୍ୱାରା ମଗାଯାଇଥିବା ଲାଞ୍ଚ ବିଷୟରେ ଜଣାଇଥିଲେ । ଏହାସହ ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ସେହି ଅନୁଯାୟୀ ଭିଜିଲାନ୍ସ ଅଧିକାରୀ ଏକ ଯୋଜନା କରି ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରଞ୍ଜୀବ କୁମାର ରାଉତଙ୍କୁ ଗିରଫ କରିଛନ୍ତି । ଶ୍ରୀ ରାଉତ ଅଭିଯୋଗକାରୀ ଯୋଗ ପ୍ରଶିକ୍ଷକଙ୍କ ଠାରୁ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସେବିକା ପ୍ରକୋଷ୍ଠରେ ଲାଞ୍ଚ ଅର୍ଥ ଗ୍ରହଣ କରିବା ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡି ଗିରଫ ହୋଇଥିଲେ । ଗିରଫ ହେବାପରେ ଡାକ୍ତର ଶ୍ରୀ ରାଉତଙ୍କ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ, ଯାଜପୁର ଟାଉନସ୍ଥିତ ଭଡାଗୃହ ଏବଂ ଯାଜପୁରଟାଉନ ସାପଗଡିଆ ଗାୟତ୍ରୀ ବିହାରସ୍ଥିତ ପୈତୃକ ବାସଭବନ ଏବଂ ରାଜଧାନୀ ଭୁୁବନେଶ୍ୱର ପଟିଅ ଅଞ୍ଚଳରେ ଥିବା ଘରେ ଏକକାଳୀନ ଚଢ଼ଉ କରିଥିଲା ଓଡିଶା ଭିଜିଲାନ୍ସର ଟିମ୍ । ଗିରଫ ପରେ ଡାକ୍ତର ଶ୍ରୀ ରାଉତଙ୍କୁ କେନ୍ଦୁଝର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରାଉଚୁରା ପରେ ଅପରାହ୍ନରେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking