27.1 C
Bhubaneswar
Sunday, February 22, 2026
Homeଓଡିଶାଜଗତସିଂହପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ : ମୁଖ୍ୟମନ୍ତ୍ରୀ

ଜଗତସିଂହପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଜଗତସିଂହପୁରବାସୀଙ୍କ ପାଇଁ ଏହି ଖୁସି ଖବର ଆସିଛି। ସେ ମେଡିକାଲ କଲେଜ ନେଇ ଘୋଷଣା କରିଛନ୍ତି। ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗତସିଂହପୁରରେ ମେଡିକାଲ କଲେଜ ହେଲେ କିଛିକାଂଶରେ ରାଜ୍ୟବାସୀଙ୍କ ସମସ୍ୟା କମିଯିବ। ଲୋକେ ଉନ୍ନତଧରଣର ସ୍ବାସ୍ଥ୍ୟସେବା ପାଇବେ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆମ ପାଇଁ କର୍ମ ହେଉଛି ଏକମାତ୍ର ମାନଦଣ୍ଡ। ଓଡ଼ିଶାକୁ ବିକାଶ ରାସ୍ତାରେ ଦୌଡ଼ାଇବା ପାଇଁ ବଜେଟ୍ ଆଣିଛୁ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାରେ ପରିଣତ କରିବା ଆମ ଲକ୍ଷ୍ୟ ବୋଲି କହିଥିଲେ। ତେବେ ଗତ ଡିସେମ୍ବରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ୩୦ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ। ମେଡିକାଲ କଲେଜରୁ ବାଦ ରହିଥିବା ଜଗତସିଂହପୁରରେ ଆଜି ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking