27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶମାନହାନୀ ମାମଲାରେ ମେଧା ପାଟକରଙ୍କୁ ୫ ମାସ ଜେଲ ସହିତ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ...

ମାନହାନୀ ମାମଲାରେ ମେଧା ପାଟକରଙ୍କୁ ୫ ମାସ ଜେଲ ସହିତ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୋମବାର ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ ୫ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ଏକ କୋର୍ଟ। ଏହା ସହିତ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅପରାଧିକ ମାନହାନୀ ମାମଲାରେ କୋର୍ଟ ଏହି ରାୟ ଶୁଣେଇଛନ୍ତି। ଏହି ମାମଲା ଦିଲ୍ଲୀର ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ସହ ଜଡିତ। ୨୦୦୧ ରେ, ଦିଲ୍ଲୀର ଉପରାଜ୍ୟପାଳ ନର୍ମଦା ବଚାଓ ଆନ୍ଦୋଳନ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଥିଲେ। ତାଙ୍କ ଆବେଦନରେ ସେ କହିଥିଲେ ଯେ ପାଟକର ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ, ବ୍ୟଙ୍ଗାତ୍ମକ ଅଭିବ୍ୟକ୍ତି ଏବଂ ଭୁଲ୍ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀର ସାକେତ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା ଏବଂ କୋର୍ଟ ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲା ଉପରେ ଅଦାଲତ କହିଛନ୍ତି ଯେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଏହା ପ୍ରମାଣିତ ହୋଇଛି ମେଧା ପାଟକର କେବଳ ତାଙ୍କ ଖ୍ୟାତି ଅର୍ଜନ କରିବା ପାଇଁ ମିଥ୍ୟା ଅଭିଯୋଗ କରିଛନ୍ତି। ସାକେତ କୋର୍ଟ ସାମାଜିକ କର୍ମୀଙ୍କୁ ୫ ମାସ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଟକର କ୍ଷତିପୂରଣ ହିସାବରେ ଭି.କେ ସାକ୍ସେନାଙ୍କୁ ୧୦ ଲକ୍ଷ ଟଙ୍କା ଦେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking