24.1 C
Bhubaneswar
Tuesday, February 10, 2026
Homeଓଡିଶାବନ୍ୟଜନ୍ତୁ ସୁରକ୍ଷାକୁ ସଶକ୍ତ କରିବା ଦିଗରେ ୧୨ଟି ପାଟ୍ରୋଲିଂ ଗାଡ଼ିର ଶୁଭାରମ୍ଭ କଲେ ଏମ୍‌ସିଏଲ୍ ସିଏମ୍‌ଡି

ବନ୍ୟଜନ୍ତୁ ସୁରକ୍ଷାକୁ ସଶକ୍ତ କରିବା ଦିଗରେ ୧୨ଟି ପାଟ୍ରୋଲିଂ ଗାଡ଼ିର ଶୁଭାରମ୍ଭ କଲେ ଏମ୍‌ସିଏଲ୍ ସିଏମ୍‌ଡି

ଭୁବନେଶ୍ୱର: ବନ୍ୟଜନ୍ତୁ ସଂରକ୍ଷଣକୁ ଅଧିକ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପରିପ୍ରେକ୍ଷୀରେ ମହାନାଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍‌)ର ସିଏମ୍‌ଡି (ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ) ଉଦୟ ଅନନ୍ତ କାଓଲେ, ୧୨ଟି ପାଟ୍ରୋଲିଂ ଗାଡ଼ିକୁ ଓଡିଶାର ଅନୁଗୁଳ ଜିଲ୍ଲା ଠାରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ (ଟାଇଗର ରିଜର୍ଭ)କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଏ ଏସ୍ ବାପତ୍‌, ଏମ୍‌ସିଏଲ୍ ନିର୍ଦ୍ଦେଶକ (ବୈଷୟିକ/ ପ୍ରକଳ୍ପ ଏବଂ ଯୋଜନା), ସତ୍ୟବ୍ରତ ସାହୁ (ଆଇଏଏସ୍‌, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ), ସୁଶାନ୍ତ ନନ୍ଦ (ଆଇଏଫ୍‌ଏସ୍‌, ପିସିସିଏଫ୍ (ନୋଡାଲ୍‌)), ସୁଦର୍ଶନ ଖୋରା (କ୍ଷେତ୍ର ନିର୍ଦ୍ଦେଶକ, ସାତକୋଶିଆ) ଏବଂ ବନ ବିଭାଗର ଅନ୍ୟାନ୍ୟ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି, ଭୁବନେଶ୍ୱର ଭରତପୁର ଜଙ୍ଗଲ ସଫାରିରେ ଅନୁଷ୍ଠିତ ପତାକା ଉତ୍ତୋଳନ ସମାରୋହରେ ଉପସ୍ଥିତ ଥିଲେ।

ଏମ୍‌ସିଏଲ୍ ନିଜ ସିଏସ୍‌ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ମଧ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ତଦାରଖ ଆଦି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଶୁଭାରମ୍ଭ କରିଥିବା ଏହି ଗାଡ଼ିଗୁଡିକ ପାଇଁ ପ୍ରାୟ ୩.୧୭ କୋଟି ଟଙ୍କା ବିନିଯୋଗ କରିଛି। ଏହାଦ୍ୱାରା ବାଘ ଏବଂ ଅନ୍ୟ ବନ୍ୟଜନ୍ତୁମାନଙ୍କ ପାଇଁ ଏକ ଅଧିକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ସହ ଅଭୟାରଣ୍ୟ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଅଭିଜ୍ଞତାକୁ ମଧ୍ୟ ସମୃଦ୍ଧ କରିବ। ଏମ୍‌ସିଏଲ୍‌ର ଅବଦାନ କେବଳ ଚାଲୁଥିବା ବନ୍ୟଜନ୍ତୁ ସଂରକ୍ଷଣ ପ୍ରୟାସକୁ ସମର୍ଥନ କରିବ ତାହା ସୁହେଁ ବରଂ ଭାରତର ସମୃଦ୍ଧ ଜୈବ ବିବିଧତାକୁ ସୁରକ୍ଷା ଦେବା ସହ ପରିବେଶ ସ୍ଥିରତାକୁ ମଧ୍ୟ ସାହାଯ୍ୟ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking