21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶକୋଟାରେ ଏମବିବିଏସ ଛାତ୍ରଙ୍କ ଆତ୍ମହତ୍ୟା

କୋଟାରେ ଏମବିବିଏସ ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : କୋଟା ମେଡିକାଲ କଲେଜର ଏମବିବିଏସ ଛାତ୍ର ସୁନୀଲ ତାଙ୍କ ହଷ୍ଟେଲ ରୁମରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।ଏଭଳି ଚାଂଚଲ୍ୟକର ଖବର କୋଟାରୁ ଆସିଛି ।ପୋଲିସ ତାଙ୍କ ରୁମରୁ ଏକ ସୁଇସାଇଡ ନୋଟ ପାଇଛି । ଯେଉଁଥିରେ ସେ ତାଙ୍କ ବାପାମାଆଙ୍କ ସ୍ୱପ୍ନ ପୂରଣ କରିପାରି ନ ଥିବାରୁ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ତାପରେ ସୁନୀଲ ତାଙ୍କ ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ଖବର ଅନୁଯାୟୀ, ଜୟପୁରର ବାସିନ୍ଦା ୨୮ ବର୍ଷୀୟ ସୁନୀଲ ବୈରୱା କୋଟା ମେଡିକାଲ କଲେଜରେ ଏମବିବିଏସ କରୁଥିଲେ। କଲେଜର ତିନି ନମ୍ବର ହଷ୍ଟେଲରେ ରହୁଥିଲେ ବୁଧବାର ଦିନ ସୁନୀଲ ହଷ୍ଟେଲରେ ଦେଖା ଯାଉନଥିଲେ । ତା’ର ବନ୍ଧୁମାନେ ରାତିରେ ତାଙ୍କ ରୁମରେ ପହଞ୍ଚିଥିଲେ। ଯେତେବେଳେ କବାଟ ବାଡ଼େଇଥିଲେ  ଭିତରୁ କୌଣସି ପ୍ରତିକ୍ରିୟା ଆସିବାରୁ ପରେ ବନ୍ଧୁମାନେ ରୁମର ଗେଟ୍ ଭାଙ୍ଗି ଦେଇଥିଲେ । ଖୋଲିଲା ବେଳକୁ ସୁନୀଲ ଫାଶୀରେ ଝୁଲି ରହିଥିଲା ସେ ଭିତରର ଦୃଶ୍ୟ ଦେଖି ସ୍ତବ୍ଧ ହୋଇଗଲେ । ସେମାନେ ତୁରନ୍ତ ଘଟଣା ବିଷୟରେ ମହାବୀର ନଗର ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କ ମୃତଦେହକୁ ତଳକୁ ଆଣି ଶବବ୍ୟବଛେଦ ପାଇଁ ପଠାଇଥିଲା । ତଦନ୍ତ ପରେ, ତାଙ୍କ କୋଠରୀରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଉଦ୍ଧାର କରାଯାଇଥିଲା। ଯେଉଁଥିରେ ସେ ଲେଖିଛନ୍ତି ଯେ ସେ ତାଙ୍କ ପିତାମାତାଙ୍କ ଆଶା ପୂରଣ କରିପାରୁନାହାଁନ୍ତି । ତେଣୁ ସେ ଏହି ପଦକ୍ଷେପ ନେଛନ୍ତି । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣା ବିଷୟରେ ସୁନୀଲଙ୍କ ପରିବାରକୁ ସୂଚନା ଦିଆଯାଇଛି । ଆତ୍ମହତ୍ୟା ପାଠପଢ଼ା ଚାପ ଯୋଗୁଁ ନା ଅନ୍ୟ କୌଣସି କାରଣ ଯୋଗୁଁ ହୋଇଛି ତାହା ନିର୍ଣ୍ଣୟ କରିବା ପାଇଁ ପୋଲିସ ବିଭିନ୍ନ ଦିଗକୁ ଯାଞ୍ଚ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking