26.1 C
Bhubaneswar
Sunday, March 29, 2026
Homeଓଡିଶାମେୟର- ବିଧାୟକ କଥା ତକାତକି

ମେୟର- ବିଧାୟକ କଥା ତକାତକି

ଭୁବନେଶ୍ୱର: ସୁଭଦ୍ରାକୁ ନେଇ ମେୟର- ବିଧାୟକଙ୍କ  ମଧ୍ୟରେ କଥା ତକାତକି ହୋଇଛି। ସୁଭଦ୍ରା ଯୋଜନାକୁ ନେଇ ମେୟର ସୁଲୋଚନା ବିଧାୟକ  ବାବୁ ସିଂଙ୍କୁ କଟାକ୍ଷ କରିଛନ୍ତି । କହିଛନ୍ତି, ୫ ହଜାରରେ ମହିଳା କିଭଳି ସଶକ୍ତ ହେବେ ? କେତେ ମହିଳା ସଶକ୍ତ ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମେୟର ।  ୨ଟି କିସ୍ତିରେ ୧୦ ହଜାର ଟଙ୍କା ପାଉଛନ୍ତି । ଏତିକିରେ କେତେ ମହିଳା ସଶକ୍ତ ହେବେ । ମେୟରଙ୍କ ବକ୍ତବ୍ୟ ପରେ ବିଧାୟକ ବାବୁ ସିଂ ଜବାବ ରଖିଛନ୍ତି । କହିଛନ୍ତି , ୨୪ ବର୍ଷରେ ଯାହା କରିନଥିଲେ   ଆମେ କରିଛୁ ।  ଭୋଟ ବ୍ୟାଙ୍କ ଚାଲି ଯାଉଛି ବୋଲି ଭୟ କରୁଛନ୍ତି। ମହିଳା କୌଣସି ଦଳର ନୁହଁନ୍ତି , ସେମାନେ ଓଡିଶାର। ପୂର୍ବ ସରକାର ସ୍ୱପ୍ନ ଦେଖାଉଥିଲେ ଆମେ ପୂରଣ କରୁଛୁ କହିଛନ୍ତି ବାବୁ ସିଂ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking