ଭୁବନେଶ୍ୱର : ଖୋର୍ଦ୍ଧାରେ ସର୍ବାଧିକ ବର୍ଷା । ୨୪ ଘଣ୍ଟା ଭିତରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁରରେ ୬୧. ୨ ମି.ମି ବର୍ଷା ରେକର୍ଡ କରିଛି । ବଙ୍ଗୋପସାଗରରେ ସକ୍ରିୟ ଅବପାତ । ୨୪ ଘଣ୍ଟା ପର୍ୟ୍ୟନ୍ତ ଉତ୍ତରପୂର୍ବ ମୁହାଁ ହେବ ଅବପାତ । ଏହାର ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ଏବଂ ପଶ୍ଚିମା-ଝଡ଼ର ଉପସ୍ଥିତି ଯୋଗୁ ଉପକୂଳ ଓଡିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ହେଉଛି । କାଲି ଦିନ ସାରା ବର୍ଷା ହୋଇଥିଲେ ମଧ୍ୟ ଏହାର ତୁଳନାରେ ବର୍ଷାର ପ୍ରଭାବ ଆଜିଠାରୁ କମିବା ସହ ଧିରେ ଧିରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶ ଉପକୂଳରେ ଘନୀଭୂତ ଅବପାତ ଗୋପାଳପୁରଠାରୁ ୬୧୦ କିମି ଦୂରରେ ରହିଛି। ୫ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ପ୍ରଭାବରେ ଆଜି ବି ଉପକୂଳରେ ବର୍ଷା ଲାଗି ରହିଛି ।










