24.1 C
Bhubaneswar
Friday, January 16, 2026
Homeଖେଳମ୍ୟାଟ୍ ହେନ୍‌ରୀଙ୍କ ୧୦୦ ୱିକେଟ୍ ପୂରା

ମ୍ୟାଟ୍ ହେନ୍‌ରୀଙ୍କ ୧୦୦ ୱିକେଟ୍ ପୂରା

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଫାଷ୍ଟ ବୋଲର୍ ମ୍ୟାଟ୍ ହେନ୍‌ରୀ ବେଙ୍ଗାଲୁରୁ ଟେଷ୍ଟରେ ୫ ୱିକେଟ୍ ସଫଳତା ହାସଲ କରିଛନ୍ତି। ଏହା ସହିତ ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ୧୦୦ ୱିକେଟ୍ ମଧ୍ୟ ପୂରା ହୋଇଛି। ସେହିପରି ଦ୍ରୁତ ୧୦୦ ୱିକେଟ୍ ହାସଲ କରିବାରେ ସେ ସଂଯୁକ୍ତ ଭାବେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ବୋଲର୍ ହୋଇଛନ୍ତି। ୨୬ ମ୍ୟାଚ୍‌ରେ ସେ ନୀଲ୍ ୱାଗ୍‌ନର୍‌ଙ୍କ ସହ ଯୁଗ୍ମ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି। ରିଚାର୍ଡ ହାଡ୍‌ଲି (୨୫ ମ୍ୟାଚ୍‌) ଏହି ତାଲିକା ଶୀର୍ଷରେ ରହିଛନ୍ତି। ସେହିପରି ଭାରତରେ ୫ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ୱିକେଟ୍ ନେବାରେ ହେନ୍‌ରୀ ଚତୁର୍ଥ କିୱି ବୋଲର୍ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking