ଭୁବନେଶ୍ୱର: ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ । ମାର୍ଚ୍ଚ ୨ ତାରିଖ ଯାଏ ଚାଲିବ ମାଟ୍ରିକ ପରୀକ୍ଷା । ସକାଳ ୯ଟାରୁ ସାଢେ ୧୧ଟା ଯାଏଁ ଚାଲିବ ପରୀକ୍ଷା ହେବ ।ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଦଶମ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶିତ କରାଯାଇଛି । ଫେବ୍ରୁଆରୀ ୧୯ ରେ ମାତୃଭାଷା ପରୀକ୍ଷା , ୨୧ ରେ ଇଂରାଜୀ ପରୀକ୍ଷା । ଫେବ୍ରୁଆରି ୨୩ରେ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା ,୨୫ରେ ବିଜ୍ଞାନ ଏବଂ ୨୭ରେ ସାମାଜିକ ବିଜ୍ଞାନ ପରୀକ୍ଷା । ମାର୍ଚ୍ଚ ୨ରେ ହେବ ଗଣିତ ପରୀକ୍ଷା । ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ ଅଧିକ ୧୫ ମିନିଟ ।
ସେହିପରି ଫେବୃଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା । ଦୀର୍ଘ ୨୨ ଦିନର ପରୀକ୍ଷା ହେବ । ଏନେଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସିଏଚଏସଇଇ ଅଧ୍ୟକ୍ଷ । ପରୀକ୍ଷାକୁ ସ୍ୱଚ୍ଛତାର କରିବା ପାଇଁ ଦୁଇ ୟୁନିଟରେ ସ୍କ୍ୱାଡ କାମ କରିବେ । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ । ଡିସେମ୍ବର ୧୫ ସୁଦ୍ଧା ଆଡମିଟ କାର୍ଡ ପ୍ରଦାନ କରାଯିବ । ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ । ମୋଟ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା ।










