32.1 C
Bhubaneswar
Thursday, February 12, 2026
Homeଓଡିଶାଆଜିଠୁ ମାଟ୍ରିକ ପରୀକ୍ଷା: ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ

ଆଜିଠୁ ମାଟ୍ରିକ ପରୀକ୍ଷା: ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ସକାଳ ୯ଟାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇସାରିଛି । ଦିନ ୧୧ଟା ୩୦ ମିନିଟ ଯାଏଁ ପରୀକ୍ଷା ଚାଲିବ । ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲିଛି । ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୩୧୪ଟି ନୋଡାଲ ସେଣ୍ଟର ବ୍ୟବସ୍ଥା ରହିଛି ।  ସରକାର ବଦଳିବା ପରେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ହେଉଥିବାରୁ ଏହାକୁ ଶୃଂଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ବତନ୍ତ୍ର କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଛି। କପି ରୋକିବା ପାଇଁ ସିସିଟିଭି ଲଗାଯାଇଛି । ପରୀକ୍ଷାରେ ଯେମିତି କୌଣସି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଙ୍ଗ ସ୍କାର୍ଡ, ସେଣ୍ଟ୍ରାଲ ଅବଜରଭର, ଜିଲ୍ଳା ସ୍ତର ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପକ୍ଷରେ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହେବା ପ୍ରମୁଖ ସମସ୍ୟା ହୋଇଥିବାରୁ ଏହାକୁ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ପ୍ରଶ୍ନପତ୍ରରେ କ୍ୟୁଆର କୋଡ ଓ ୱାଟର ମାର୍କର ବ୍ୟବସ୍ଥା କରାଯାଇଛି । ଯେଉଁଠି ପ୍ରଶ୍ନପତ୍ର ଲିକ୍ ହେଲେ ବି ଯେମିତି ଧରାପଡିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ତେବେ ପ୍ରଶ୍ନପତ୍ର ଭାଇରାଲ ଗୁଜବକୁ ବିଶ୍ବାସ ନକରି ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏହି ସମୟରେ ଗଣଶିକ୍ଷା ମନ୍ତ୍ରୀ ବୁଲିଲେ ପରୀକ୍ଷା କେନ୍ଦ୍ର । କ୍ୟାପିଟେଲ୍ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ବୁଲିଲେ । ପରୀକ୍ଷା ଠିକ୍‌ଠାକ୍ ଚାଲିଛି ନା’ ନାହିଁ ତଦାରଖ କଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking