30.1 C
Bhubaneswar
Tuesday, November 5, 2024
Homeଓଡିଶାଆଜିଠୁ ଆରମ୍ଭ ମାଟ୍ରିକ ଫର୍ମ ଫିଲଅପ୍

ଆଜିଠୁ ଆରମ୍ଭ ମାଟ୍ରିକ ଫର୍ମ ଫିଲଅପ୍

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ବିଦ୍ୟାଳୟରେ ପଢୁଥିବା ରେଗୁଲାର୍ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅନଲାଇନ ମାଧ୍ୟମରେ ହେବ। ସେହିଭଳି କରେସପଣ୍ଡେଣ୍ଟ ରେଗୁଲାର୍ ଓ କରେସପଣ୍ଡେଣ୍ଟ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ଅଫଲାଇନରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।  ଅନ୍ୟପକ୍ଷରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ୱେବସାଇଟରେ ଅପଲୋଡ କରିବେ । ଇଣ୍ଟରନାଲ ଆସେସମେଣ୍ଟ ମାର୍କ ସହ ଆସପ୍ରେସନାଲ କମ୍ପୋନେଣ୍ଟସ ମାର୍କ ପ୍ରଧାନଶିକ୍ଷକମାନେ ଅପଲୋଡ କରିବେ । ବୋର୍ଡର ୱେବସାଇଟ୍ ହେଉଛି www.bseodisha.ac.in ରୁ ଛାତ୍ରଛାତ୍ରୀମାନେ ଏସମ୍ପର୍କରେ ଅଧିକ ସୂଚନା ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking