31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶକାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଲସ୍ ଏଞ୍ଜେଲ୍‌ସ ନିକଟସ୍ଥ ୩ଟି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏହା କ୍ରମେ ଦ୍ରୁତ ଗତିରେ ସହର ଅଭିମୁଖେ ବ୍ୟାପିବାରେ ଲାଗିଛି । ୪୮ ଘଣ୍ଟାରେ ଜଙ୍ଗଲ ନିଆଁ ଯୋଗୁ ୫ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ନିଆଁ କବଳକୁ ହଜାର ହଜାର ଘର ଆସିବାରୁ ପ୍ରାୟ ଲକ୍ଷେ ଲୋକ ଘର ଛାଡ଼ିଛନ୍ତି । ଲସ୍ ଏଞ୍ଜେଲ୍‌ସର ପ୍ୟାସିଫିକ ପ୍ୟାଲିସେଡ୍‌ସ ଅଞ୍ଚଳରେ ଅନେକ ଘର ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଯାଇଛି । ଅନେକ ଯାନବାହନ ପୋଡ଼ିଯାଇଛି । ଅଚାନକ ଟ୍ରାଫିକ ଜାମ୍ ସ୍ଥିତି ଉପୁଜିବାରୁ ଲୋକେ ନିଜ ଗାଡ଼ି ଛାଡ଼ି ଜୀବନ ବିକଳରେ ଦୌଡ଼ି ପଳାଉଛନ୍ତି ।

ବୃହତ ସଂଖ୍ୟାରେ ଲୋକମାନେ ଏକାବେଳକେ ଘର ଛାଡ଼ିବା ଯୋଗୁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ୩ ହଜାର ଏକରରେ ନିଆଁ ବ୍ୟାପିଛି । ପ୍ରତି ୫ ମିନିଟ୍‌ରେ ଗୋଟିଏ ଫୁଟବଲ ପଡ଼ିଆ ଆକୃତିର ଅଞ୍ଚଳ ଜଳିଯାଉଛି । ଜଙ୍ଗଲ ନିଆକୁ ଆୟତ୍ତ କରିବାକୁ ଉଦ୍ଧାରକାରୀ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ଆକାଶ ମାର୍ଗରୁ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି। ବଡ଼ ବଡ଼ ହେଲିକପ୍ଟରେ ପାଣି ପକାଯାଉଛି। ୱାଶିଂଟନ ପୋଷ୍ଟର ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି, ମୁଁ ୨୦୧୭ରୁ ବାରମ୍ବାର ଜଙ୍ଗଲରେ ନିଆଁ ଲାଗୁଥିବା ନେଇ ରିପୋର୍ଟ କରୁଛି । କିନ୍ତୁ ଏଭଳି ଭୟାବହ ଅଗ୍ନିକାଣ୍ଡ ଦେଖି ନ ଥିଲି । ଏହା ଅଟକିବା ନାଁ ଧରୁନାହିଁ । ପ୍ୟାସିଫିକ ପ୍ୟାଲିସେଡ୍‌ସରେ ଲାଗିଥିବା ନିଆଁ ସବୁଠୁ ଭୟଙ୍କର ରୂପ ନେଇଛି । କେତେକ ସ୍ଥାନରେ ଲୋକମାନେ ଘରଦ୍ୱାର ଛାଡ଼ି ସମୁଦ୍ର କୂଳକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କାଲିଫର୍ଣ୍ଣିଆ ଗଭର୍ନର ଗେଭିନ୍ ନ୍ୟୁସମ ଜରୁରି ପରିସ୍ଥିତି ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking