21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶହାସିମ୍‌ ମୂଷାକୁ ଜୀବନ୍ତ ଧରିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି

ହାସିମ୍‌ ମୂଷାକୁ ଜୀବନ୍ତ ଧରିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ହିନ୍ଦୁ ରକ୍ତରେ ହୋଲି ଖେଳିଥିବା ପାକିସ୍ତାନ ମିଲିଟାରୀ ଦ୍ୱାରା କମାଣ୍ଡୋ ତାଲିମପ୍ରାପ୍ତ ଆତଙ୍କୀ ହାସିମ୍‌ ମୂଷା ଭାରତରେ ଲୁଚିଛି। ପହଲଗାମ୍‌ ହମଲା ପରେ ମୂଷା ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଥିବା ଜଣାଯାଇଛି। ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିଛି। ମୂଷାକୁ ଜୀବନ୍ତ ଧରିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ଭାରତୀୟ ସେନା। ହେଲେ ମୂଷା କୌଣସି ପ୍ରକାର ପାକିସ୍ତାନକୁ ଖସିଯିବାକୁ ଚେଷ୍ଟା ଚଳାଇଥିବା ଜଣାଯାଇଛି। ମୂଷାକୁ ସୁରାକ ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ସେନା ପକ୍ଷରୁ ଘୋଷଣା କରାଯାଇଛି।

ପାକିସ୍ତାନୀ ବଂଶୋଦ୍ଭବ ହାସିମ ମୂଷା ଓରଫ ଆସିଫ ଫୌଜି ଓରଫ ସୁଲେମାନ ପୂର୍ବରୁ ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସ SSGର କମାଣ୍ଡୋ ଥିଲା। ସେ ମିଲିଟାରୀ ଦ୍ୱାରା ତାଲିମପ୍ରାପ୍ତ। ହାସିମ ମୂଷା ଏବେ ଲସ୍କର-ଏ-ତୋଇବା ପାଇଁ କାମ କରୁଛି । ଗୁଇନ୍ଦା ସୂଚନା ଅନୁସାରେ, ଲସ୍କର-ଏ-ତୋଇବା ଆତଙ୍କୀ ସଂଗଠନ ତାକୁ ସ୍ବତନ୍ତ୍ର ମିଶନରେ ପଠାଇଥିଲେ । ଏଥିପାଇଁ ତାକୁ ସ୍ୱତନ୍ତ୍ର ଭାବରେ ତାଲିମ ଦେଇ ଛଡ଼ାଯାଇଥିଲା । ପାକିସ୍ତାନର ସ୍ପେଶାଲ୍ ସର୍ଭିସ ଗ୍ରୁପ୍-SSG ଦ୍ବାରା ହାସିମ୍ ମୂଷାକୁ ତାମିଲ ଦିଆଯାଇଛି । ଗୁଇନ୍ଦା ତଥ୍ୟରୁ ଏକଥା ବି ସାମନାକୁ ଆସିଛି ଯେ, ସେ ପୂର୍ବରୁ କାଶ୍ମୀରରେ ୩ଟି ଆଟାକରେ ସାମିଲ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking