17.1 C
Bhubaneswar
Friday, December 26, 2025
Homeଓଡିଶାଇସ୍ରାଏଲର ବଡ଼ ଧରଣର ଆକ୍ରମଣ,୧୩ ମୃତ

ଇସ୍ରାଏଲର ବଡ଼ ଧରଣର ଆକ୍ରମଣ,୧୩ ମୃତ

ନୂଆଦିଲ୍ଲୀ: ଗାଜା ପରେ ଏବେ ଦକ୍ଷିଣ ସିରିଆର ଗାଁକୁ ଟାର୍ଗେଟ କରିଛି ଇସ୍ରାଏଲ । ଗାଁରେ ରାତିର ଅନ୍ଧାରରେ ତଲାସୀ ଅଭିଯାନ ବେଳେ ଗୁଳିକାଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସିରିଆର ନ୍ୟୁଜ ଏଜେନ୍ସି ‘ସାନା’ ଏନେଇ ସୂଚନା ଦେଇଛି। ସିରିଆ ବୈଦେଶିକ ମନ୍ତ୍ରଣାଳୟ ଇସ୍ରାଏଲର ଏହି ଅପରେସନକୁ ନିନ୍ଦା କରିଛି। ସିରିଆ ପ୍ରଶାସନ ଏହାକୁ ‘ଯୁଦ୍ଧ ଅପରାଧ’ ବୋଲି କହିଛି। ଇସ୍ରାଏଲ ପୁଣିଥରେ ପୁରା ଅଞ୍ଚଳକୁ ଅଶାନ୍ତ କରିବା ଓ ହିଂସାର ନିଆଁକୁ ବଢାଇବାର ଚେଷ୍ଟା କରୁଛି। ଆକ୍ରମଣରେ ଆହତ ହୋଇଥିବା ଇୟାଦ ତାହିର କହିଛନ୍ତି, ଆମେ ରାତିରେ ଶୋଇଥିଲୁ ଓ ସକାଳେ ନିଦ ଭାଙ୍ଗିବା ପରେ ଭୟଙ୍କର ଗୁଳିକାଣ୍ଡ ଚାଲିଥିଲା। ଆମେ ବାହାରକୁ ଆସିବା ମାତ୍ରେ ଦେଖିଥିଲୁ ଗାଁରେ ଇସ୍ରାଏଲ ସେନାର ଅଭିଯାନ ଚାଲିଛି। ଚାରିପଟେ ସୈନିକ ଓ ଟ୍ୟାଙ୍କ ମୁତୟନ କରାଯାଇଥିଲା। ଏହାପରେ ହୋଇଥିଲା ଆଖିବୁଜା ଗୁଳିମାନ।ହସ୍ପିଟାଲରେ ଭର୍ତ୍ତି ଅହମ୍ମଦ କମାଲ ଏଏଫପିକୁ କହିଛନ୍ତି ସେ ନିଜେ ନିଜର ରକ୍ଷା ପାଇଁ ଫାୟାରିଂ କରିଥିଲେ। ଗୁଳିକାଣ୍ଡରେ ତାଙ୍କ ଭାଇର ମୃତ୍ୟୁ ହୋଇଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ଇସ୍ରାଏଲୀ ସେନାର କହିବା ଅନୁସାରେ, ଗାଁରେ ଥିବା ଇସଲାମିକ ଗୋଷ୍ଠୀର ହିଂସ୍ର ଆତଙ୍କୀଙ୍କୁ ଧରାଯାଇଥିଲା। ଏହି ଇସଲାମିକ୍ ସଂଗଠନ ମଧ୍ୟ ହମାସ ଓ ହୁତି ସହ ମିଶି ଇସ୍ରାଏଲ ବିରୋଧରେ ଷଡଯନ୍ତ୍ର କରିଥିଲା। ଆଇଡିଏଫ୍‌ର ସୂଚନା ଅନୁସାରେ, ତା’ର ୬ ସୈନିକ ଏହି ସମୟରେ ଆହତ ହୋଇଛନ୍ତି। ସେନାର ଦାବି ଅନୁସାରେ, ଏହି ଅଭିଯାନରେ ବହୁ ଆତଙ୍କୀ ନିହତ ହୋଇଛନ୍ତି। ସେଭଳି ଅଞ୍ଚଳରେ ମଧ୍ୟ ଏବେ ବି ଜବାନ ମୁତୟନ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ବଶଦ ଅଲ୍ ଅସଦ ସରକାର ଭାଙ୍ଗିବା ପରେ ଓ ନୂଆ ଇସଲାମିକ୍ ସରକାର ଗଠନ ପରେ ଶତାଧିକ ଥର ଇସ୍ରାଏଲ ସିରିଆ ଉପରେ ଆକ୍ରମଣ କରିସାରିଛି। ଇସ୍ରାଏଲ ବଫର ଜୋନ୍‌ରେ ମଧ୍ୟ ନିଜ ସୈନିକଙ୍କୁ ମୁତୟନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking