ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଲିସାଡି ଗେଟ ଥାନା ଅଞ୍ଚଳର କିଡୱାଇ ନଗରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଇକବାଲ ଅହମ୍ମଦଙ୍କ ଘରେ ହଠାତ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି । ରିପୋର୍ଟ ଅନୁଯାୟୀ, ଇକବାଳ ଅହମ୍ମଦଙ୍କ ଘରେ ହଠାତ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି । ରିପୋର୍ଟ ଅନୁଯାୟୀ, ଇକବାଲ ତାଙ୍କ ଭାଇଙ୍କ ସହିତ ନମାଜ ପଢିବାକୁ ଯାଇଥିଲେ । ଘରେ ମହିଳା ଓ ପିଲାମାନେ ଥିଲେ । ନିଆଁ ଲାଗି ଘର ପୋଡିଯାଇଥିଲା । ଯେଉଁ ଘରେ ଏହି ଘଟଣା ଘଟିଛି ସେହି ଘରର ତଳ ମହଲାରେ ଏକ କପଡା ଗୋଦାମ ଥିଲା । ପରିବାର ଉପର ମହଲାରେ ରହୁଥିଲେ । ସୋମବାର ସନ୍ଧ୍ୟାରେ ହଠାତ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହା ଉପର ମହଲାକୁ ବ୍ୟାପିଯାଇଥିଲା । ଭିତରେ ଫସି ରହିଥିବା ପିଲା ଓ ମହିଳାମାନେ ବାହାରକୁ ପଳାଇ ଆସିବାର ସୁଯୋଗ ପାଇନଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଅଞ୍ଚଳର ରାସ୍ତା ସଂକୀର୍ଣ୍ଣ ଥିବାରୁ ଅଗ୍ନିଶମ ଗାଡିଗୁଡିକ ଘଟଣାସ୍ଥଳରେ ପହଞ୍ଚିବା ପାଇଁ କଷ୍ଟକର ହୋଇଥିଲା । ଫସି ରହିଥିବା ପରିବାରର ସାତ ଜଣ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ , ପୁଲି. ଓ ଅଗ୍ନିଶମ ବାହିନୀ ଘର ପଛ ପାଚେରୀ ଭାଙ୍ଗି ସିଡି ବ୍ୟବହାର କରି ସେମାନଙ୍କୁ ଜଣ ଜଣ କରି ବାହାର କରିଥିଲେ । ଅଗ୍ନିକାଣ୍ଡରେ ଦୁଇ ମହିଳା ଓ ପାଞ୍ଚ ଜଣ ଶିଶୁ ପୋଡି ଯାଇଥିଲେ । ସମସ୍ତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ତିନି ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ସହିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।










