ନୂଆଦିଲ୍ଲୀ: ଶ୍ରୀନଗରର ଡାଲଗେଟରେ ଥିବା ଗେଷ୍ଟ ହାଉସରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ସକାଳେ ଡାଲ ହ୍ରଦ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଥିଲେ । ଗେଷ୍ଟ ହାଉସଟି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନିଆଁର ଆଁରେ ଜଳି ପୋଡି ଧ୍ୱଂସ ହୋଇଯାଇଛି । ହେଲେ ବଡ କଥା ହେଉଛି ଏଯାଏଁ କୌଣସି ଜୀବନ ହାନିର ରିପୋର୍ଟ ଜଣାପଡିନାହିଁ । ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀ, ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ନିଆଁ ଟି ଅନ୍ୟ ଜାଗାକୁ କିଭଳି ନ ବ୍ୟାପିବ ସେନେଇ ନିଆଁକୁ ରୋକାଯାଇଥିଲା । ନିଆଁର ବଳୟ ତୀବ୍ର ଥିବାରୁ ଆହୁରି ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ତେବେ ନିଆଁ କିପରି ଲାଗିଲା, କେଉଁ କାରଣରୁ ଲାଗିଥାଇପାରେ ତାହା ଅସ୍ପଷ୍ଟ ରହିଛି ।










