33.1 C
Bhubaneswar
Thursday, February 26, 2026
Homeଓଡିଶାକୋଇଡା ରେଞ୍ଜ ଭବାନୀ ପାହାଡରେ ଭୟଙ୍କର ଅଗ୍ନିକାଣ୍ଡ

କୋଇଡା ରେଞ୍ଜ ଭବାନୀ ପାହାଡରେ ଭୟଙ୍କର ଅଗ୍ନିକାଣ୍ଡ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜରେ ବ୍ୟାପୁଛି ଭୟଙ୍କର ଜଙ୍ଗଲ ନିଆଁ। କୋଇଡା ରେଞ୍ଜ ଠାରୁ ମାତ୍ର ୨ କିମି ବ୍ୟବଧାନରେ ଥିବା ଭବାନୀ ପାହାଡ ଆଜି ସକାଳୁ ସକାଳୁ ଜଳୁଛି । ନିଆଁର ମାତ୍ରା ଏତେ ପ୍ରଖର ରହିଛି ଯେ, କିଛି ଘଣ୍ଟା ମଧ୍ୟରେ ସମ୍ପୁର୍ଣ୍ଣ ଭବାନୀ ପାହାଡକୁ କାବୁ କରିଛି ଜଙ୍ଗଲ ନିଆଁ । ଫଳରେ ବିପଦରେ ବନ୍ୟଜନ୍ତୁ , ଜଙ୍ଗଲର ମୂଲ୍ୟବାନ ବୃକ୍ଷ । ଘଟଣାସ୍ଥଳରେ ବନ ବିଭାଗର ନିଆଁ ଲିଭାଇବା ପାଇଁ ନିୟୋଜିତ ଥିବା କର୍ମଚାରୀମାନେ ନିଆଁଲିଭାଉଥିବା ବେଳେ ନିଆଁକୁ ଆୟତ୍ତ କରି ହେଉନି । ତେବେ ନିଆଁ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି । ବଡ କଥା ହେଉଛି, ୫ ଘଣ୍ଟା ଧରି ଜଙ୍ଗଲ ନିଆଁରେ ଜଳୁଛି ଲିଭିବାର ନାଁ ନାହିଁ । ନିଆଁକୁ ଆୟତ୍ତ କରିବା କଷ୍ଟକର ହେଉଥିବା ବେଳେ ଗ୍ରୀଷ୍ମ ଦିନରେ ଯଦି ଏଭଳି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟେ ପଶୁ ପକ୍ଷୀ କେତେ ସୁରକ୍ଷିତ ରହିବେ ତାହା ଏକ ବଡ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking