24.1 C
Bhubaneswar
Monday, February 2, 2026
Homeଦେଶ ବିଦେଶପାକ୍ କ୍ରିକେଟ୍ ଟିମ୍ ହୋଟେଲ୍‌ରେ ଭୀଷଣ ଅଗ୍ନିକାଣ୍ଡ

ପାକ୍ କ୍ରିକେଟ୍ ଟିମ୍ ହୋଟେଲ୍‌ରେ ଭୀଷଣ ଅଗ୍ନିକାଣ୍ଡ

କରାଚି: ପାକିସ୍ତାନ ଆୟୋଜନରେ ଆସନ୍ତାବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘମାସାନ୍ ଚାଲିଛି। ଇତିମଧ୍ୟରେ ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ପାକିସ୍ତାନୀ ମହିଳା କ୍ରିକେଟ୍ ଟିମ୍ ରହୁଥିବା ହୋଟେଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡରୁ ଖେଳାଳି ଅଳ୍ପକେ ବଞ୍ଚି ଯାଇଛନ୍ତି। ଏହି ବଡ଼ ଦୁର୍ଘଟଣା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବଂ ସେଠାକାର ସରକାରଙ୍କ ପ୍ରସ୍ତୁତିର ପୋଲ୍ ଖୋଲିଦେଇଛି। ଏପରି ସ୍ଥିତିରେ ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଉପରେ ଏହାର ବିପରୀତ ପ୍ରଭାବ ପଡ଼ିପାରେ। ସୂଚନା ଅନୁସାରେ କରାଚିରେ ଜାତୀୟ ମହିଳା ଦିନିକିଆ ଚାମ୍ପିଅନ୍‌ଶିପ୍ ୨୦୨୪-୨୫ର ଆୟୋଜନ ହେଉଥିଲା। ଟୁର୍ଣ୍ଣାମେଣ୍ଟ୍ ପାଇଁ ଖେଳାଳିମାନେ ହୋଟେଲ୍‌ରେ ରହୁଥିଲେ। ତେବେ ସୋମବାର ଅଚାନକ ହୋଟେଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସମୟରେ ପାଞ୍ଚଜଣ ଖେଳାଳି ହୋଟେଲ୍‌ରେ ଥିଲେ। ସେମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡ ପରେ ପିସିବି ଟୁର୍ଣ୍ଣାମେଣ୍ଟ୍‌କୁ ଅଧାରୁ ରୋକିଦେଇଛି। ପାକିସ୍ତାନୀ ବୋର୍ଡ ୫ ଟିମ୍ ଏବଂ ଅଧିକାରୀଙ୍କ ପାଇଁ ଏକ ହୋଟେଲ୍‌ର ପୂରା ତଳ ଫ୍ଲୋର୍ ବୁକ୍ କରିଥିଲା। ସୂତ୍ର ଅନୁସାରେ ୪ଟି ଟିମ୍ ଟୁର୍ଣ୍ଣାମେଣ୍ଟ୍‌ର ପଞ୍ଚମ ରାଉଣ୍ଡ୍ ମ୍ୟାଚ୍ ଖେଳିବା ପାଇଁ ଯାଇଥିଲେ। ତେବେ ଅଗ୍ନିକାଣ୍ଡ ସମୟରେ ପାଞ୍ଚଜଣ ଖେଳାଳିଙ୍କୁ ଛାଡ଼ିଦେଲେ ବାକି ଖେଳାଳି ଓ ଅଧିକାରୀ ନେଟ୍ ଅଭ୍ୟାସ ପାଇଁ ନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ। ଖେଳାଳିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ହନିଫ୍ ମହମ୍ମଦ ହାଇ-ପରଫର୍ମାନ୍ସ ସେଣ୍ଟ୍‌ର ନିଆଯାଇଥିଲା। ଅଗ୍ନିକାଣ୍ଡରେ ଖେଳାଳି ଏବଂ ଅଧିକାରୀଙ୍କ କେତେକ ସାମଗ୍ରୀ ପୋଡ଼ିଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking