ତରଭା: ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଦୁର୍ଘଟଣା। ଏକ ଇଥାନଲ୍ ଉତ୍ପାଦନ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଜିଲ୍ଲାର ତରଭା ନିକଟସ୍ଥ ପାଣିମୁରା ଅଞ୍ଚଳରେ ଅବସ୍ଥିତ ମାଶ୍ ବାୟୋ-ଫୁଏଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଇଥାନଲ୍ କାରଖାନାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିବାରୁ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ଦ୍ରୁତ ଗତିରେ ବ୍ୟାପିବାରୁ କାରଖାନା ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଘଟଣାରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନେ ଏହା ଦେଖିବା ମାତ୍ରେ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କର୍ତ୍ତୃପକ୍ଷ ପରିସ୍ଥିତି ଏବଂ କ୍ଷୟକ୍ଷତିର ପରିମାଣ ଆକଳନ କରିବା ସହିତ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛନ୍ତି।










