17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ୧୬ ମୃତ

ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ୧୬ ମୃତ

ବେଜିଂ: ଚାଇନାର ସିଚୁଆନ ପ୍ରଦେଶରେ ଥିବା ଏକ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୬ ଜୀବନ ଚାଲି ଯାଇଛି। ଗତକାଲି ସନ୍ଧ୍ୟା ସମୟରେ ୧୪ ମହଲା ବିଶିଷ୍ଟ ମଲ୍‌ରେ ଲାଗିଥିବା ଏହି ନିଆଁ ଆଜି ଭୋର ସମୟରେ ନିୟନ୍ତ୍ରଣକୁ ଆସିଥିଲା। ମଲ୍‌ ଭିତରୁ ପ୍ରାୟ ୭୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ଏକ ୧୪ ମହଲା ବ୍ୟବସାୟିକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଥିଲା। ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି କେତେକ ଲୋକଙ୍କୁ ବାହାରକୁ ଆଣିଥିଲେ। ଉଦ୍ଧାରକାରୀ ଦଳ ଭୋର ୩ଟା ପର୍ଯ୍ୟନ୍ତ ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଏବଂ ଅଗ୍ନିକାଣ୍ଡ ସମୟରେ ମଲ୍‌ରେ କେତେ ଲୋକ ଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking