କୋଚି: ସୋମବାର ଭାରତର ଆର୍ôଥକ ରାଜଧାନୀ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ମାଲବାହୀ ଜାହାଜ (କାର୍ଗୋ ସିପ୍)ରେ ସିରିଜ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସୋମବାର ସମୁଦ୍ର ମଧ୍ୟଭାଗରେ ଜାହାଜଟି ଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ଏଥିରୁ ବାହାରୁଥିବା ଧୂଆଁ ଏତେ ଭୟଙ୍କର ଦେଖାଯାଉଛି ଯେ, ଏଥିରୁ ବିସ୍ଫୋରଣ ଭୟାବହତା ସହଜରେ ଅନୁଭବ କରାଯାଇପାରେ । ଅନ୍ୟପକ୍ଷେ ବିସ୍ଫୋରଣ ପରେ ଜାହାଜରେ ଥିବା କେତେଜଣ କ୍ର୍ୟୁ ସଦସ୍ୟ ନିଖୋଜ ହୋଇଯାଇଥିବା କୁହାଯାଉଛି । ସେହିପରି ୫ଜଣ କ୍ର୍ୟୁ ସଦସ୍ୟ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ôଚ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ ।
ଜାହାଜଟି ସିଙ୍ଗାପୁରର ବୋଲି ସୂଚନା ମିଳିଛି । ଏଥିରେ ପ୍ରାୟ ୫୦ କଣ୍ଟେନର ରହିଥିଲା । କିନ୍ତୁ ବିସ୍ଫୋରଣ ଯୋଗୁ ସମୁଦ୍ର ଭିତରେ ପ୍ରାୟ ୪୦ଟି କଣ୍ଟେନର ଖସିପଡିଛି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲେ ବିସ୍ଫୋରଣର ସଠିକ୍ କାରଣ ଜଣାପଡିନାହିଁ । ଏନେଇ ତଦନ୍ତ ଜାରି ରହିଛି । ତେବେ ନିଆଁରୁ ରକ୍ଷା ପାଇବ।। ପାଇଁ ଅନେକ କ୍ର୍ୟୁ ସଦସ୍ୟ ସମୁଦ୍ରକୁ ଡେଇଁ ପଡ଼ିଥିଲେ ବୋଲି ଅଧିକାରୀମାନେ କହିଛନ୍ତି । ସିଙ୍ଗାପୁର ପତାକାଧାରୀ ୱାନ୍ ହାଏ ୫୦୩ ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ଉପକୂଳରୁ ପ୍ରାୟ ୧୪୪ କିଲୋମିଟର (୯୦ ମାଇଲ) ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ସଚିବ ଶେଖର କୁରିଆକୋସେ କହିଛନ୍ତି । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ଜାହାଜଟି ବୁଡ଼ିନଥିବା ସେ ସ୍ପଷ୍ଟ କହିଛନ୍ତି । ଉଦ୍ଧାର କାର୍ଯ୍ୟ ଭାରାତୀୟ ନୌସେନା ଏବଂ ସମୁଦ୍ର ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ଦ୍ୱାରା ତ୍ୱରାନ୍ୱିତ କରାଯାଇଥିଲା । ପ୍ରକାଶ, ଗତ ମାସରେ କେରଳ ଉପକୂଳରେ ଅନ୍ୟ ଏକ ଦୁର୍ଘଟଣାରେ, ଏକ କଣ୍ଟେନର ଜାହାଜ ବୁଡ଼ି ୧୦୦ଟି ମାଲବାହୀ କଣ୍ଟେନର ଆରବ ସାଗରରେ ଢାଳି ଦେଇଥିଲା । ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ କହିଛି ଯେ ସେହି ଘଟଣା ଯୋଗୁଁ ତେଲ ପ୍ରଦୂଷଣର କୌଣସି ରିପୋର୍ଟ ନାହିଁ ।