28.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଘର ଭିତରେ ଭୟଙ୍କର ବିସ୍ଫୋରଣ : ୪ ମୃତ

ଘର ଭିତରେ ଭୟଙ୍କର ବିସ୍ଫୋରଣ : ୪ ମୃତ

ନୂଆଦିଲ୍ଲୀ: ହରିୟାଣାର ଝାଜ୍ଜରର ବାହାଦୁରଗଡ ସହରରେ ଭୟଙ୍କର ବିସ୍ଫୋରଣ। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଘର ଭିତରେ ବିସ୍ଫୋରଣ ଘଟିଥିଲା। ଏବଂ ତା ପରେ ପୁରା ଘରେ ନିଆଁ ଲାଗି ଯାଇଥିଲା। ପ୍ରଥମ ବିସ୍ଫୋରଣର ମାତ୍ର କିଛି ମିନିଟ୍ ପରେ ପୁର୍ନବାର ଦ୍ଵିତୀୟଥର ବିସ୍ଫୋରଣ ଘଟିଥିଲା। ଏଥିରେ ଗୋଟିଏ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ରେ ଘରର ଟାଇଲ୍ ଗୁଡିକ ଉଡିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସେପଟେ ବିସ୍ଫୋରଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking