25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶମେକ୍ସିକୋ ସୁପରମାର୍କେଟରେ ଭୟଙ୍କର ବିସ୍ଫୋରଣ: ୨୩ ମୃତ

ମେକ୍ସିକୋ ସୁପରମାର୍କେଟରେ ଭୟଙ୍କର ବିସ୍ଫୋରଣ: ୨୩ ମୃତ

ମେକ୍ସିକୋ: ମେକ୍ସିକୋ ସୁପରମାର୍କେଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁଁ ନିଆଁ ଲାଗିବାରୁ ୨୩ ଜଣ ଲୋକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ୨୩ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଏହି ଘଟଣା ୧୧ରୁ ଅଧିକ ଆହତ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ମେକ୍ସିକୋ କର୍ତ୍ତୃପକ୍ଷ ରବିବାର ସୂଚନା ଦେଇଛନ୍ତି। ରାଜ୍ୟର ଆଟର୍ଣ୍ଣି ଜେନେରାଲ ଗୁସ୍ତାଭୋ ସାଲାସ କହିଛନ୍ତି ଯେ ଅଧିକାଂଶ ପୀଡିତଙ୍କ ମୃତ୍ୟୁ ପୋଡ଼ିଯିବା ପରିବର୍ତ୍ତେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିବା ଯୋଗୁଁ ହୋଇଛି।

ସହରର କେନ୍ଦ୍ରସ୍ଥଳରେ ଥିବା ଏକ ୱାଲଡୋ ଷ୍ଟୋରରେ ବିସ୍ଫୋରଣ ଘଟିଥିବା ନେଇ ସୂଚନା ମିଳିଛି । ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ “ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ଏବଂ ପ୍ରିୟଜନଙ୍କୁ” ଏକ୍ସରେ ତାଙ୍କର ସମବେଦନା ପ୍ରକାଶ କରିଛନ୍ତି। ମେକ୍ସିକୋ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ପ୍ରାୟ ଶନିବାର ଅପରାହ୍ନ ୨:୦୦ (୨୦୦୦ ଜିଏମଟି) ସମୟରେ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking