ଇସ୍ଲାମାବା: ପାକିସ୍ତାନର ଇସ୍ଲାମାବାଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। କେଉଁ କାରଣରୁ ବିସ୍ଫୋରଣ ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ । ସୂଚନାରୁ ପ୍ରକାଶ, ପାକିସ୍ତାନର ରାଜଧାନୀ ଇସଲାମାବାଦର ସେକ୍ଟର ଜି-୧୧ ସ୍ଥିତ ନ୍ୟାୟିକ ପରିସରରେ ମଙ୍ଗଳବାର ଦିନ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଘଟଣା ପରେ ସହରର ଜରୁରୀକାଳୀନ ସେବା ତୁରନ୍ତ କାର୍ଯ୍ୟକାରୀ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୋର୍ଟ କମ୍ପେ୍ଲକ୍ସର ପାର୍କିଂ ଅଞ୍ଚଳରେ ପାର୍କିଂ ହୋଇଥିବା ଏକ କାର୍ରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ, ଇସଲାମାବାଦର ପିମ୍ସ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।










