25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ

ମୁମ୍ବାଇ: ମହାରାଷ୍ଟ୍ରର ଜଲଗାଁଓରେ ଏକ ଅଭାବନୀୟ ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଜଣେ ଗର୍ଭବତୀଙ୍କ ହସ୍ପିଟାଲ ନେଇ ଯାଉଥିବା ଏକ ଆମ୍ବୁଲାନ୍ସରେ ହଠାତ୍ ବିସ୍ଫୋରଣ ହୋଇଛି। ତେବେ ଏହି ଦୁର୍ଭାଗ୍ୟଜନକ ଘଟଣାରେ ଗର୍ଭବତୀ, ତାଙ୍କର ଜଣେ ସମ୍ପର୍କୀୟ ଏବଂ ଆମ୍ବୁଲାନ୍ସ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରିପୋର୍ଟ ଅନୁସାରେ ସର୍ବ ପ୍ରଥମେ ଡ୍ରାଇଭରଜଣକ ଆମ୍ବୁଲାନ୍ସ ଇଞ୍ଜିନ୍‌ରେ ନିଆଁ ଲାଗିଥିବା ଜାଣିପାରିଥିଲେ। ଏହି ସମୟରେ ସେ ଆମ୍ବୁଲାନ୍ସକୁ ସୁୂରକ୍ଷିତ ପାର୍କିର୍ଂ କରିବା ସହ ସମସ୍ତଙ୍କୁ ଓହ୍ଲାଇଯିବାକୁ କହିଥିଲେ। ଗର୍ଭବତୀ ମହିଳାଙ୍କୁ ମଧ୍ୟ ଗାଡ଼ି ବାହାରକୁ ନେଇଆଣିଥିଲେ। ତେବେ କିଛି ସମୟ ମଧ୍ୟରେ ଗାଡ଼ି ଭିତରେ ରଖାଯାଇଥିବା ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ଘଟିଥିଲା ଏବଂ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳର ଥିବା କିଛି ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜାଲଗାଓଁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ଗର୍ଭବତୀଙ୍କୁ ଅନ୍ୟ ଗାଡ଼ି ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking