21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଇରାନ୍ ତୈଳ ବନ୍ଦରରେ ଭୟାବହ ବିସ୍ଫୋରଣ; ୪ ମୃତ, ୫୦୦ରୁ ଊର୍ଦ୍ଧ୍ୱ ଆହତ

ଇରାନ୍ ତୈଳ ବନ୍ଦରରେ ଭୟାବହ ବିସ୍ଫୋରଣ; ୪ ମୃତ, ୫୦୦ରୁ ଊର୍ଦ୍ଧ୍ୱ ଆହତ

ତେହରାନ୍‌: ଶନିବାର ଇରାନର ଏକ ପ୍ରମୁଖ ବନ୍ଦରରେ ଅନେକ ତୈଳ କଣ୍ଟେନରଗୁଡ଼ିକ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେବା ଫଳରେ ଏକ ବଡ ତଥା ଭୟଙ୍କର ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ୪ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ସମୟ ସୁଦ୍ଧା ଶୂନ୍ୟ ଥିବା କୁହଯାଉଛି। ଶନିବାର ରାଜଧାନୀ ତେହେରାନରୁ ୧,୦୦୦ କିଲୋମିଟର (୬୨୦ ମାଇଲ) ଦକ୍ଷିଣରେ ଥିବା ଇରାନର ଶାହିଦ୍ ରାଜାଇ ବନ୍ଦରରେ ଏହି ବିସ୍ଫୋରଣ ହୋଇଛି। ଏହି ବିନ୍ଦରକୁ ଇରାନ୍‌ର ସବୁଠୁ ଉନ୍ନତ ବନ୍ଦର ଭାବେ ଅଭିହିତ କରାଯାଏ।

ଏହା ହର୍ମୋଜଗାନ ପ୍ରାଦେଶିକ ରାଜଧାନୀ ବନ୍ଦର ଆବାସରୁ ୨୩ କିଲୋମିଟର ପଶ୍ଚିମରେ ଏବଂ ହର୍ମୋଜ ପ୍ରଣାଳୀର ଉତ୍ତରରେ ଅବସ୍ଥିତ ଯାହା ମାଧ୍ୟମ ଦେଇ ବିଶ୍ୱର ତୈଳ ଉତ୍ପାଦନର ପ୍ରାୟ ଏକ ପଞ୍ଚମାଂଶ ଗତି କରିଥାଏ। ତେବେ ପ୍ରଦେଶର ସଙ୍କଟ ପରିଚାଳନା କର୍ତ୍ତୃପକ୍ଷର ମୁଖ୍ୟ ମେହରଦାଦ ହାସନଜାଦେହ ସରକାରୀ ଟିଭିକୁ ଘଟଣାର କାରଣ ଅନେକ କଣ୍ଟେନରରେ ବିସ୍ଫୋରଣ ବୋଲି ସ୍ପଷ୍ଟ କରିଛନ୍ତି। “ବିସ୍ଫୋରଣ ପରେ ଘଟଣାସ୍ଥଳକୁ ଚାରୋଟି ଦ୍ରୁତ ପ୍ରତିକ୍ରିୟା ଦଳ ପଠାଯାଇଥିଲା,” ହୋର୍ମଜଗାନ୍ ରେଡ୍ କ୍ରିସେଣ୍ଟ ସୋସାଇଟିର ମୁଖ୍ୟ ମୋଖତାର ସାଲାହଶୋର୍ ସରକାରୀ ଟିଭିକୁ କହିଛନ୍ତି। ଶନିବାର ଘଟିଥିବା ଏହି ବିସ୍ଫୋରଣ ସିନା କଣ୍ଟେନର ୟାର୍ଡରେ ସଂଘଠିତ ହୋଇଛି ଯାହାକି ବନ୍ଦର ଏବଂ ସାମୁଦ୍ରିକ ସଂଗଠନ ସହିତ ଜଡିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking