28.1 C
Bhubaneswar
Saturday, March 28, 2026
Homeଓଡିଶାଗଂଜାମ ଜିଲ୍ଲା ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି: ବିଜେଡି

ଗଂଜାମ ଜିଲ୍ଲା ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି: ବିଜେଡି

ଭୁବନେଶ୍ୱର : ଗଞ୍ଜାମ ଜିଲା ହୋମଗାର୍ଡ ପରୀକ୍ଷା ଫଳାଫଳ ପ୍ରକାଶନରେ ଆଉ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି । ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି ।ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା, ଗଂଜାମ ଏସ୍ପିଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ଗତ ୨୬ ତାରିଖରେ ଜିଲା ହୋମ୍ଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ସଂଖ୍ୟା ୧୬୫/ଏଚଜିଏସ୍ ହୋମଗାର୍ଡ ମେଧା ତାଲିକା ପ୍ରକାଶିତ ହୋଇଥିଲା । ରାଜ୍ୟ ହୋମଗାର୍ଡ ନିଦେ୍ର୍ଦଶାଳୟର ଅନୁମୋଦନକ୍ରମେ ୧୩୫ ଜଣଙ୍କୁ ୩ ବର୍ଷ ପାଇଁ ଅସ୍ଥାୟୀ ଭାବେ ହୋମଗାର୍ଡ ରୂପେ ଚୟନ କରାଯାଇଥିବା ସମ୍ପର୍କିତ ଆଉ ଏକ ତାଲିକା ଏସ୍ପି ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସମାନ ଚିଠି ନମ୍ବର ଥାଇ ଭିନ୍ନ ଏକ ଫଳାଫଳ ସୂଚୀ ପ୍ରକାଶ କରିଥିଲେ । ଏଠି ପ୍ରଶ୍ନ ଉଠୁଛି କେଉଁ ଫଳାଫଳଟି ଠିକ୍? ଗୃହମନ୍ତ୍ରୀ ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ପଷ୍ଟିକରଣ ଦିଅନ୍ତୁ । ଓଡିଶାର ଡିଜିପି ଏହି ପରୀକ୍ଷାର ସଂପୂର୍ଣ୍ଣ ପ୍ରକ୍ରିୟା ଉପରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି କି ନାହିଁ ତାହା ସ୍ପଷ୍ଟ କରନ୍ତୁ । ସର୍ବୋପରି ଯେହେତୁ ଏସ୍ପିଙ୍କ ଇନ୍ଷ୍ଟାଗ୍ରାମରେ ଭିନ୍ନ ଏକ ଫଳାଫଳ ସୂଚୀ ପ୍ରକାଶ ପାଇଛି, ତେଣୁ ସେ ନିଜେ ଏହି ସଂପୂର୍ଣ୍ଣ ଘଟଣା ଉପରେ ସ୍ପଷ୍ଟିକରଣ ରଖିବାର ଆବଶ୍ୟକତା ଅଛି ।

ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି, ଓଡିଶାରେ ଯୁବକଯୁବତୀ ଡବଲ ଇଂଜିନ ସରକାର ଆସିବା ପରଠୁ ପ୍ରତିଦିନ ଚାକିରି କ୍ଷେତ୍ରରେ ପ୍ରତାରିତ ହେଉଛନ୍ତି । ଏହାପୂର୍ବରୁ ୨୦ ମାସର ଏ ସରକାରରେ ୨୦ ପରୀକ୍ଷାରେ ମହାବିଭ୍ରାଟ ହେଉଥିଲା । ଏହା ସହିତ ଆଉ ଏକ ମହାଦୁର୍ନୀତିର ଫର୍ଦ୍ଦ ଯୋଡି ହୋଇଗଲା । ଯେଉଁଥିରେ ପ୍ରତି ହୋମଗାର୍ଡ ପରୀକ୍ଷାର୍ଥୀଙ୍କ ଠାରୁ ୩ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଛି । ପୂର୍ବରୁ ଏସ୍ଆଇ ସ୍କାମରେ ମଧ୍ୟ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିଲା । ଯାହାର ସତ୍ୟାସତ୍ୟ ଆଜି ପର୍ଯ୍ୟନ୍ତ ଓଡିଶାବାସୀ ପାଇଲେ ନାହିଁ । ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ପରୀକ୍ଷା ସଂପର୍କିତ ମହାଦୁର୍ନୀତି ହୋଇଛି । ଆଗାମୀ ଦିନରେ ଯଦି ସରକାର ଏହା ଉପରେ ସ୍ପଷ୍ଟିକରଣ ନଦେଇ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ବିଜୁ ଜନତା ଦଳ ଏହି ଘଟଣା ରାଜରାସ୍ତାରୁ ଆରମ୍ଭ କରି ରାଜ୍ୟ ଏବଂ ପରେ ଜାତୀୟ ମାନବାଧିକାର ଆୟୋଗ ପର୍ଯ୍ୟନ୍ତ ମାମଲାକୁ ନେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking