27.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶସାମୂହିକ ବିବାହକୁ ନେଇ ଆସିଲା ସାଂଘାତିକ ଅଭିଯୋଗ; ବିନା ବରରେ ବାହାଘର..

ସାମୂହିକ ବିବାହକୁ ନେଇ ଆସିଲା ସାଂଘାତିକ ଅଭିଯୋଗ; ବିନା ବରରେ ବାହାଘର..

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୌଶାମ୍ୱିରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାରେ ଠକେଇର ମାମଲା ସାମନାକୁ ଆସିବା ପରେ ଅଧିକାରୀଙ୍କ ମଧ୍ୟରେ ଆତଙ୍କର ଖେଳି ଯାଇଛି। ଅଭିଯୋଗ କି, ଏଠାରେ ଗତ ମାସରେ ଆୟୋଜିତ ବିବାହ କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଝିଅଙ୍କ ବାହାଘର ବିନା ବରରେ କରାଇ ଦିଆ ଯାଇଛି। ଜଣେ ଅଭିଯୋଗକାରୀ ସମାଜ କଲ୍ୟାଣ ମନ୍ତ୍ରୀଙ୍କୁ ଆଇଜିଆରଏସ୍‌ର ମାଧ୍ୟମରେ ଏହାର ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି କି, ୧୦-୧୦ ହଜାର ଟଙ୍କାର ଲାଞ୍ଚ ନେଇ ବିନା ବରରେ ହିଁ ଝିଅଙ୍କର ବାହାଘର କରାଇ ଦିଆ ଯାଇଛି ଏବଂ ତାଙ୍କୁ ସାର୍ଟିଫିକେଟ୍ ମଧ୍ୟ ଦିଆଯାଇ ସାରିଛି। କୌଶାମ୍ୱିର ଡିଏମ୍ ମଧୁସୂଦନ ହୁଲଗି ଏହି ପ୍ରକରଣକୁ ଗୁରୁତର ସହ ନେଇ ଯାଞ୍ଚ ଆଦେଶ ଦେଇଛନ୍ତି। ଏହା ବ୍ୟତୀତ ଅଭିଯୋଗର ସତ୍ୟତା ଜଣାପଡ଼ିଲେ ଠକେଇ ଖେଳରେ ସାମିଲ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ମଧ୍ୟ କୁହାଯାଇଛି। ବର୍ତ୍ତମାନ ମାମଲାଟି ସଂପୃକ୍ତି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆପଣଙ୍କୁ କହି ରଖୁଛୁ କି, ସିରାଥୁ ତହସିଲର ମିଠେପୁର ସୟାରା ସ୍ଥିତ ବାବୁ ସିଂହ ଡିଗ୍ରୀ କଲେଜରେ ୨୩ ନଭେମ୍ୱରରେ ମୁଖ୍ୟମନ୍ତ୍ରୀ ସାମୂହିକ ବାହାଘର ଯୋଜନା ଅନୁସାରେ ବିବାହ କରାଇ ଦିଆ ଯାଇଥିଲା , ଯେଉଁଥିରେ ଦୁଇ ଶହରୁ ଅଧିକ କନ୍ୟାଙ୍କୁ ବିବାହ କରାଯାଇ ଥିଲା। ସାମୂହିକ ବିବାହ କାର୍ଯ୍ୟକ୍ରମରେ କଡ଼ା ବ୍ଲକ୍‌ର ସୟାରା ମିଠେପୁର , ଅନ୍ଦାୱା, ଶହଜାଦପୁର ଓ ସିରାଥୁ ବ୍ଲକ୍‌ର କୋଖରାଜ , ବିଦନପୁର, ଭଦୱା ଆଦି ଗାଁର ବର-ବଧୁ ସାମିଲ ହୋଇ ଥିଲେ। ଏହି ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲାଧ୍ୟକ୍ଷ ଧର୍ମରାଜ ମୌର୍ଯ୍ୟ, ରାଜ୍ୟ ମହିଳା ଆୟୋଗର ସଦସ୍ୟ ପ୍ରତିଭା କୁଶୱାହା ,ସିରାଥୁ ବ୍ଲକ୍ ପ୍ରମୁଖ ପ୍ରତିନିଧି ଲବକୁଶ ମୌର୍ଯ୍ୟଙ୍କ ସମେତ ଜିଲ୍ଲାର ଉଚ୍ଚ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ଅଭିଯୋଗକାରୀ ଡିଏମ୍ ମୌର୍ଯ୍ୟ ରାଜ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରଭାର ସମାଜ କଲ୍ୟାଣକୁ ଆଇଜିଆରଏସ ପୋର୍ଟଲର ମାଧ୍ୟମରେ ଅଭିଯୋଗ କରି କହିଛନ୍ତି କି, ସାମୂହିକ ବିବାହ କାର୍ଯ୍ୟକ୍ରମରେ ପାଖାପାଖି ୨୦ରୁ ଅଧିକ କନ୍ୟାଙ୍କ ବର ଆସି ନଥିଲେ । କିନ୍ତୁ ସିରାଥୁ ଏବଂ କଡ଼ା ବ୍ଲକ୍‌ର ସହାୟକ ବିକାଶ ଅଧିକାରୀ (ସମାଜ କଲ୍ୟାଣ) ୧୦-୧୦ ହଜାର ଟଙ୍କା ନେଇ ବିବାହ କରାଇ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking