16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଭାରତର ଏୟାର ଷ୍ଟ୍ରାଇକ୍‌ରେ ଉଜୁଡିଲା ମସୁଦ ଅଜହରର ପରିବାର

ଭାରତର ଏୟାର ଷ୍ଟ୍ରାଇକ୍‌ରେ ଉଜୁଡିଲା ମସୁଦ ଅଜହରର ପରିବାର

ନୂଆଦିଲ୍ଲୀ: ଭାରତର ଏୟାର ଷ୍ଟ୍ରାଇକ୍‌ରେ ବଡ଼ ଆତଙ୍କୀ ମସୁଦ ଆଝାରର ପରିବାର ଉଜୁଡିଲା । ଅପରେସନ୍‌ ସିନ୍ଦୂରରେ ମସୁଦ ପରିବାରର ୧୦ ଜଣ ସଫା ହୋଇଥିବା ସୂଚନା । ଏହି ଆକ୍ରମଣରେ ନିଜ ପରିବାର ଲୋକଙ୍କୁ ହରାଇ କାନ୍ଦିଲା ମାସୁଦ୍‌ ଆଝାର । ମାସୁଦ୍‌ କହିଛି ଭଲ ହୋଇଥାନ୍ତା ଏହି ଆକ୍ରମଣରେ ମୁଁ ମରିଯାଇଥାନ୍ତି । ଭାରତର ଏୟାର ଷ୍ଟ୍ରାଇକ୍‌ରେ ମସୁଦର ପରିବାର ୧୪ ସଦସ୍ୟଙ୍କ  ମୃତ୍ୟୁ ଘଟିଛି । ସୂଚନାମୁତାବକ, ମସୁଦ ଆଝାରର ବଡ ଭଉଣୀ ସହିତ ପୂରା ପରିବାର ସଫା । ଏଠି ଆମେ କହିଦେଉଛୁ ଯେ, ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଭାରତର ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନ ଥରହର । ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking