33.1 C
Bhubaneswar
Saturday, March 28, 2026
Homeଓଡିଶାବିଲରୁ ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବିଲରୁ ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ବନ୍ୟା ପ୍ଲାବିତ ଏକ ବିଲରୁ ଜଣେ ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ସୁବର୍ଣ୍ଣରେଖା ବନ୍ୟାସ୍ରୋତରେ ଭାସିଯାଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଡଙ୍ଗ ପନ୍ତେଇ ଗ୍ରାମର ରାଜମିସ୍ତ୍ରୀ ଅଚିନ୍ତ କୁମାର ପାତ୍ର (୪୪ ) ଙ୍କ ମୃତ୍ୟୁ ଘଟିଛି। ଗତ ସୋମବାର ମଧ୍ୟାହ୍ନରେ ସେ ଘରକୁ ଫେରୁଥିବାବେଳେ ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ଥିଲେ । ମଙ୍ଗଳବାର ସକାଳେ ବନ୍ୟା ପ୍ଲାବିତ ଏକ ବିଲରେ ରାଜମିସ୍ତ୍ରୀଙ୍କୁ ଭାସମାନ ଅବସ୍ଥାରେ ଓଡ୍ରାଫ ଟିମ ମୃତବସ୍ଥାରେ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ପରେ ଭୋଗରାଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବାର ସୂଚନା ମିଳିଛି। ସୂଚନାନୁଯାୟୀ, ଚଳିତ ଋତୁରେ ସୁବର୍ଣ୍ଣରେଖାରେ ୬ଷ୍ଠ ଥର ଲାଗି ବନ୍ୟା ଆସିବାରୁ ଉତ୍ତର ବାଲେଶ୍ୱର ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକର ଶତାଧିକ ଗାଁ ଅଦ୍ୟାବଧି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking