26.1 C
Bhubaneswar
Monday, June 30, 2025
Homeଦେଶ ବିଦେଶ୭ ମାସରେ ୨୫ ପୁରୁଷଙ୍କୁ ବିବାହ

୭ ମାସରେ ୨୫ ପୁରୁଷଙ୍କୁ ବିବାହ

ଜୟପୁର: ଜଣେ ମହିଳା ୭ ମାସରେ ୨୫ ଜଣଙ୍କୁ ବିବାହ କରିବା ଏବଂ ସେମାନଙ୍କ ଠାରୁ ଟଙ୍କା,ପଇସା, ସୁନାଗହଣା ଆଦି ଲୁଟିନେବା ନିଶ୍ଚିତ ରୂପେ ନୂଆ ଘଟଣା । ରିପୋର୍ଟ ଅନୁସାରେ ଅନୁରାଧା ପାଶୱାନ୍ ନାମକ ଜଣେ ୩୨ବର୍ଷୀୟା ମହିଳା ୭ ମାସ ମଧ୍ୟରେ ୨୫ ପୁରୁଷଙ୍କୁ ବିବାହ ଜାଲରେ ଫସାଇ ଲୁଟୁଥିବା ବେଳେ ଏବେ ଗିରଫ ହୋଇଥିବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । ଟଙ୍କା ଏବଂ ସୁନାଗହଣା ହଡ଼ପ କରିବା ଉଦ୍ଦେଶ୍ୟରେ ମହିଳା ଜଣକ ଏକାଧିକ ବିବାହ କରୁଥିଲେ । ଅଭିଯୁକ୍ତ ମହିଳା ଅନୁରାଧାଙ୍କ ଘର ରାଜସ୍ଥାନର ହୋଇଥିଲେ ମଧ୍ୟ ତାଙ୍କ କାରନାମା ବା ବିବାହ ତାଲିକା ଏକାଧିକ ରାଜ୍ୟକୁ ବ୍ୟାପିଛି । ତେବେ ତାଙ୍କ ସମ୍ପର୍କରେ ବିଭିନ୍ନ ରାଜ୍ୟରେ ଏପ୍ରକାର ମାମଲା ରୁଜୁ ହେବା ପରେ ମଧ୍ୟପ୍ରଦେଶର ସୱାଇ ମାଧୋପୁର ପୁଲିସ କୌଶଳକ୍ରମେ ସୋମବାର ତାଙ୍କୁ ଭୋପାଳରୁ ଗିରଫ କରିଛି ।

ଅନୁରାଧା ବିବାହ କରି ଲୋକଙ୍କୁ ଠକୁଥିବା ରାକେଟର ଜଣେ ସଦସ୍ୟ । ଅନୁରାଧା ମୁଖ୍ୟତଃ ବିବାହ ହୋଇପାରୁନଥିବା ଯୁବକମାନଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କୁ ମଧ୍ୟସ୍ଥ ଜରିଆରେ ବିବାହ ପ୍ରସ୍ତାବ ଦେଇ କୋର୍ଟରେ ବିବାହ କରୁଥିଲେ । ୪/୮ ଦିନ ରହିବା ପରେ ସେ ଟଙ୍କା ଏବଂ ଗହଣା ଧରି ସେଠାରୁ ଫେରାର ହୋଇଯାଉଥିଲେ । ଅନୁରାଧାଙ୍କ ପାଇଁ ମଧ୍ୟସ୍ଥତା କାମ କରୁଥିବା ଅନ୍ୟ ଦୁଇ ଅଭିଯୁକ୍ତ ପପୁ ଏବଂ ସୁନୀତାଙ୍କୁ ଏବେ ପୁଲିସ ଧରିବା ପାଇଁ ଚେଷ୍ଟା ଚଳାଇଛି । ଏହି ଦୁଇଜଣ ସୁନୀତାଙ୍କ ପାଇଁ ବରପାତ୍ର ଖୋଜୁଥିଲେ ଏବଂ ବିବାହ ପ୍ରସ୍ତାବ ଦେଉଥିଲେ ।

ସୱାଇ ମାଧୋପୁର ଅଞ୍ଚଳର ବିଷ୍ଣୁ ଶର୍ମା ନାମକ ବ୍ୟକ୍ତି ଯେତେବେଳେ ଏହି ର‌୍ୟାକେଟ୍‌ର ଶିକାର ହେଲେ ସେତେବେଳେ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ହିଁ ଅନୁରାଧା ଏବଂ ତାଙ୍କ ର‌୍ୟାକେଟ୍ ଓ କାରନାମା ସମ୍ପର୍କରେ ଜଣାପଡିଥିଲା । ବିଷ୍ଣୁ ଶର୍ମା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଗତ ଏପ୍ରିଲ ୨୦ରେ ସ୍ଥାନୀୟ ଏକ କୋର୍ଟରେ ସେମାନଙ୍କ ବିବାହ ହୋଇଥିଲା । ଏହା ପରେ ମେ ୨ ତାରିଖରେ ଅନୁରାଧା ବିଷ୍ଣୁଙ୍କ ଘରୁ ବହୁ ସୁନା ଅଳଙ୍କାର ଧରି ଫେରାର ହୋଇଯାଇଥିଲେ । ତଦନ୍ତ ସମୟରେ ଅନୁରାଧା ଏହି ପ୍ରକାର ବିଭିନ୍ନ ରାଜ୍ୟର ପ୍ରାୟ ୨୫ଜଣ ଯୁବକଙ୍କୁ ବିବାହ କରିଥିବା ଏବଂ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା, ନଗଦ ଅର୍ଥ ସବୁ ଲୁଟି ନେଇ ଫେରାର ହୋଇଯାଇଥିବା ସ୍ୱୀକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking