22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଚଳନ୍ତା ଗାଡ଼ିରେ ବିବାହିତା ମହିଳାଙ୍କ ସହ ଗଣଦୁଷ୍କର୍ମ

ଚଳନ୍ତା ଗାଡ଼ିରେ ବିବାହିତା ମହିଳାଙ୍କ ସହ ଗଣଦୁଷ୍କର୍ମ

ରାଜସ୍ଥାନ: ରାଜସ୍ଥାନରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ଗାଡ଼ିରେ ବିବାହିତା ମହିଳାଙ୍କ ସହ ଗଣଦୁଷ୍କର୍ମ। ରାଜସ୍ଥାନର ଅଲଓ୍ଵାର ଜିଲ୍ଲାର ବଗଡ଼ ତିରାୟା ଥାନା ଅଞ୍ଚଳରେ ଏକ ବିବାହିତା ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଜଣାପଡିଛି। ଏପ୍ରିଲ ୨୫, ୨୦୨୫ ରାତିରେ ମହିଳାଙ୍କୁ ସାତ ଜଣ ଦୁର୍ବୃତ୍ତ ବୋଲେରୋ ଗାଡ଼ିରେ ଅପହରଣ କରିଥିଲେ। ଏହାପରେ ସେମାନେ ଚାଲୁଥିବା ଗାଡ଼ିରେ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ। ମହିଳାଙ୍କ ବିରୋଧ କରିବାରୁ ତାଙ୍କ ମୁହଁରେ କପଡ଼ା ଗୁଞ୍ଜି ଦେଇ ସେମାନେ ତାଙ୍କୁ ୧୧ ଦିନ ଧରି ବନ୍ଧକ ରଖି ନିର୍ଯାତନା ଦେଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ମହିଳାଙ୍କର ଅଶ୍ଳୀଳ ଭିଡିଓ ତିଆରି କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇଥିଲେ।

୧୧ ଦିନ ପରେ ଅଭିଯୁକ୍ତମାନେ ମହିଳାଙ୍କୁ ଅଚେତ ଅବସ୍ଥାରେ ରାସ୍ତା କଡ଼ରେ ଫିଙ୍ଗି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମହିଳା କୌଣସି ପ୍ରକାରେ ଘରେ ପହଞ୍ଚି ପରିବାରକୁ ଘଟଣା ବିଷୟରେ ଜଣାଇଥିଲେ। କିନ୍ତୁ ଅଭିଯୁକ୍ତଙ୍କ ଧମକ ଓ ସାମାଜିକ ଚାପ ଯୋଗୁଁ ପରିବାର ପ୍ରଥମେ ପୋଲିସ ନିକଟକୁ ଯିବାକୁ ଡରିଥିଲେ। ପୋଲିସ ମଧ୍ୟ ପ୍ରଥମେ ଏତଲା ଦେବାକୁ ଅସ୍ବୀକାର କରିଥିଲେ। ପରେ ମହିଳା ଓ ତାଙ୍କ ପରିବାର ଅଦାଲତରେ ଆବେଦନ କରିବା ପରେ ଜୁନ ୨, ୨୦୨୫ରେ ବଗଡ଼ ତିରାୟା ଥାନାରେ ଏକ ଏଫଆଇଆର ଦାଖଲ ହୋଇଥିଲା।

ପୁଲିସ ଏହି ମାମଲାର ତଦନ୍ତ ରାମଗଡ଼ର ଡିଏସପି ସୁନୀଲ କୁମାର ଶର୍ମାଙ୍କୁ ଦେଇଛି, କିନ୍ତୁ ଏଯାଏ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ମହିଳାଙ୍କ ପରିବାର ନ୍ୟାୟ ପାଇଁ ଅଲଓ୍ଵାର ଏସପି ସଞ୍ଜୀବ ନୈନଙ୍କୁ ଭେଟିଥିଲେ, ଯିଏ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀର ଆଶ୍ବାସନ ଦେଇଛନ୍ତି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବ ଏବଂ ତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯିବ।ଏହି ଘଟଣା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି ଏବଂ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇଛି। ପୀଡ଼ିତା ଓ ତାଙ୍କ ପରିବାର ନ୍ୟାୟ ପାଇଁ ଡିଏସପି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ମଧ୍ୟ କରିଛନ୍ତି। ଏହି ମାମଲା ମହିଳା ସୁରକ୍ଷା ଓ ପୋଲିସ ପ୍ରଶାସନର ଦାୟିତ୍ବହୀନତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking