26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବିବାହିତ ପ୍ରେମିକାର ଜୀବନ ନେଲା ପାଗଳ ପ୍ରେମକି

ବିବାହିତ ପ୍ରେମିକାର ଜୀବନ ନେଲା ପାଗଳ ପ୍ରେମକି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜଣେ ବିବାହିତ ମହିଳାଙ୍କ ଗଳା ଚିପି ପ୍ରେମିକ ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରେମିକାଙ୍କୁ ହତ୍ୟା କରିବା ପରେ ପ୍ରେମିକ ପୁଲିସ ଷ୍ଟେସନରେ ପହଞ୍ଚି ପୁଲିସକୁ ନିଜେ ଘଟଣା ସମ୍ପର୍କରେ ସବୁକିଛି ଜଣାଇଥିଲେ । ଖବର ପାଇ ସୋରାୱ ପୁଲିସ ହୋଟେଲରେ ପହଞ୍ଚି କୋଠରିରେ ପଡ଼ିଥିବା ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସୂଚନା ଅନୁଯାୟୀ, ଶିବଗଢ଼ ଅଞ୍ଚଳସ୍ଥିତ ହୋଟେଲରେ ୩୫ବର୍ଷର ବିବାହିତ ସୁମନ ତାଙ୍କ ପ୍ରେମିକ ବିବେକ ସହିତ ପହଞ୍ଚିଥିଲେ । ହୋଟେଲରେ ପ୍ରବେଶ ପୂର୍ବରୁ ବିବେକ ସୁମନଙ୍କୁ ନିଜର ସ୍ତ୍ରୀର ପରିଚୟ ଦେଇଥିଲେ । ଏହାପରେ ହୋଟେଲ ରୁମକୁ ନେଇ କିଛି ସମୟ ସୁମନଙ୍କ ସହିତ କଥା ହେବାପରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ ।

ଏହାପରେ ହୋଟେଲରୁ ବାହାରି ସିଧା ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ପୁଲିସକୁ ସାମ୍ନାରେ ପାଇ ବିବେକ କହିଥିଲେ, ‘ମୁଁ ମୋର ମହିଳାସାଥୀ ଅର୍ଥାତ ମୋର ବିବାହିତ ପ୍ରେମିକାଙ୍କୁ ହତ୍ୟା କରି ଦେଇଛି । ଯାହାଙ୍କ ମୃତଦେହ ହୋଟେଲ ରୁମରେ ପଡ଼ି ରହିଛି । ମୋର ସୁମନଙ୍କୁ ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ନଥିଲା । ସୁମନଙ୍କ ବାହାଘର ହୋଇସାରିଥିବା ସତ୍ତ୍ୱେ ସେ ମୋତେ ବିବାହ କରିବା ପାଇଁ ଚାପ ପକାଉଥିଲେ । ଏମିତି କି ୫ଲକ୍ଷ ଟଙ୍କା ବି ଦାବି କରୁଥିଲେ । ୫ଲକ୍ଷ ଟଙ୍କା ନଦେଲେ ସେ ମୋ ଉପରେ ମିଥ୍ୟା ଅଭିଯୋଗ କରିବେ ବୋଲି ବି ଧମକ ଦେଉଥିଲେ ।

ବାରମ୍ବାର ଏଭଳି ଧମକରେ ମୁଁ ବିରକ୍ତ ହୋଇ ଶେଷରେ ତାଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲି । ସୁମନଙ୍କ ୧୬ବର୍ଷ ପୂର୍ବେ ବିବାହ ରାମଆସରେଙ୍କ ସହିତ ହୋଇଥିଲା । ବିବାହ ପରେ ସୁମନଙ୍କ ଦୁଇଟ ସନ୍ତାନ ବି ଅଛନ୍ତି । ରାମଆସରେଙ୍କ ସହିତ ତାଙ୍କର ବିବାଦ ଲାଗିବା ପରେ ସେ ଅନେକ ବର୍ଷ ହେବ ଆସି ନିଜ ବାପଘରେ ରହୁଥିଲେ । ଏହି ସମୟରେ ସୁମନଙ୍କ ଓ ମୋର ପରିଚୟ ହୋଇଥିଲା । ସୁମନ ମୋତେ ଭଲ ପାଇ ବସିଥିଲେ ଓ ବିବାହ ପାଇଁ ଚାପ ପକାଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking