ନୂଆଦିଲ୍ଲୀ : ଲିଭ ଇନ ରେ ରହୁଥିଲେ ପ୍ରେମୀ ଯୁଗଳ । ଦିଲ୍ଲୀରେ ଜଣେ ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଶରୀରକୁ ପୋଡି ଦେଇଥିଲା ପରିବାରର ସଂପର୍କୀୟ ଅମିତ ା ଏଭଳି ଘଟଣା ଗାଜିପୁରରେ ଘଟିଛି । ପୋଲିସ ଅମିତ ଏବଂ ତାଙ୍କ ବନ୍ଧୁ ଅନୁଜକୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ , ଶିଳ୍ପା ଏବଂ ଅମିତ ଲିଭ ଇନରେ ରହୁଥିଲେ । ବିବାହ ପାଇଁ ଶିଳ୍ପା ଅମିତଙ୍କୁ ଚାପ ପକାଉଥିଲେ । ଅମିତ ଜାନୁଆରୀ ୨୫ରେ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତାପରେ ଅମିତ ଶିଳ୍ପାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟିଥିଲେ । ଏପାରି ପରେ ସେ ବ ବ୍ୟବଚ୍ଛେଦ ପାଇଁ ତାଙ୍କ ବନ୍ଧୁ ଅମୁଜ କୁମାରଙ୍କୁ କହି କ୍ୟାବ ଡ୍ରାଇଭରକୁ ଡାକିଥିଲେ । ଜାନୁଆରୀ ୨୬ରେ ମୃତ ଶରୀରକୁ ପୋଡି ଅନ୍ୟତ୍ର ସ୍ଥାନରେ ପକାଇବାକୁ ଚାହୁଁଥିଲେ । ହେଲେ ତା ପୂର୍ୱରୁ ଜାଗାର ଅନୁସନ୍ଧାନ କରୁଥିଲେ । ସେମାନେ ଗାଜିପୁରର ଏକ ପେଟ୍ରୋଲ ପମ୍ପରୁ ୧୬୦ ଟଙ୍କାର ଡିଜେଲ ନେଇଥିଲେ । ମୃତ ଦେହକୁ ଏକ ସୁଟକେସରେ ପ୍ୟାକ କରି ଗାଜିପୁରର ଏକ ନିଛାଟିଆ ଝଆଗାରଏ ଫିଙ୍ଗି ଦେଇଥିଲେ । ତାପରେ ନିଆଁ ଲଗାଇଥିଲେ । ପୋଲିସ ସହିଛନ୍ତି ଆମେ ସକାଳ ୪ଟା ସମୟରେ ଖବର ପାଇଲୁ । ଘଟଣା ସ୍ଥଳେର ପହଞ୍ଚିଲା ବେଳକୁ ସେଥିରେ କିଛି ବି ନଥିଲା । ଏହାରି ଉପରେ ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ।