27.1 C
Bhubaneswar
Sunday, November 24, 2024
Homeଓଡିଶାସହରାଞ୍ଚଳ ଜମି, କୋଠାବାଡ଼ିର ବଜାର ମୂଲ୍ୟ ମାର୍ଗଦର୍ଶିକା ସଂଶୋଧନ ସତ୍ତ୍ୱେ କେଳେଙ୍କାରୀ

ସହରାଞ୍ଚଳ ଜମି, କୋଠାବାଡ଼ିର ବଜାର ମୂଲ୍ୟ ମାର୍ଗଦର୍ଶିକା ସଂଶୋଧନ ସତ୍ତ୍ୱେ କେଳେଙ୍କାରୀ

ଭୁବନେଶ୍ୱର: ଓଡ଼ିଶା ଷ୍ଟାମ୍ପ (ସଂଶୋଧନ) ନିୟମାବଳୀ-୨୦୦୧ ମାଧ୍ୟମରେ ବଜାର ମୂଲ୍ୟ ମାର୍ଗଦର୍ଶିକା  ପ୍ରଚଳନ ସତ୍ତ୍ୱେ ଆବାସିକ ଜମିରେ ବାଣିଜ୍ୟିକ କୋଠା ହୋଇଛି । ରାଜ୍ୟର ଛଅଟି ସହରରେ ଏଭଳି ସ୍ଥିତି ଦେଖାଯାଇଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗରେ ରାଜସ୍ୱ ହାନୀ ଘଟିଛି ।
ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାଲେଖା ପରୀକ୍ଷକ(ସିଏଜି) ତାଙ୍କ ରିପୋର୍ଟରେ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସିଏଜି କହିଛନ୍ତି ଯେ ସମ୍ପତ୍ତିଗୁଡ଼ିକର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ଓ ସମୟ ବ୍ୟବଧାନରେ ସଂଶୋଧନ କରିବାକୁ ଓଡ଼ିଶାରେ ସ୍ଥାବର ସମ୍ପତ୍ତି (ଜମି ଓ କୋଠାବାଡ଼ି) ପାଇଁ ଓଡ଼ିଶା ଷ୍ଟାମ୍ପ (ସଂଶୋଧନ) ନିୟମାବଳୀ-୨୦୦୧ ମାଧ୍ୟମରେ ବଜାର ମୂଲ୍ୟ ମାର୍ଗଦର୍ଶିକା (ଏମ୍‌ଭିଜି) ପ୍ରଚଳନ କରାଯାଇଥିଲା । ନିବନ୍ଧନ ମୂଲ୍ୟ ଧାର୍ଯ୍ୟ ଏମ୍‌ଭିଜି ଠାରୁ କମ୍ ହୋଇପାରିବ ନାହିଁ । ଷ୍ଟାମ୍ପ ଶୁଳ୍କ ଓ ନିବନ୍ଧନ ଶୁକ୍ଳ ଧାର୍ଯ୍ୟ କରାଯାଉଥିବା କାରଣରୁ ଏହାର ନିର୍ଦ୍ଧାରଣ ଓ ସମୟ ବ୍ୟବଧାନରେ ସ୍ୱଚ୍ଛତା , ସରକାରୀ ରାଜସ୍ୱ ହାନିକୁ ରୋକିବା ସମ୍ଭବ ହୋଇଛି । ସହରୀ ଜମିଗୁଡ଼ିକର ତ୍ରୁଟିପୂର୍ଣ୍ଣ ବର୍ଗୀକରଣ ନିୟମାବଳୀ ୩୮ ଓ ୩୯ ଅନୁଯାୟୀ, ସହରୀ ଜମିଗୁଡ଼ିକ ଆବାସିକ, ବାଣିଜ୍ୟିକ କିମ୍ବା ଅନ୍ୟାନ୍ୟ ବର୍ଗରେ ବର୍ଗୀକୃତ କରାଯିବାର ଥିଲା । ନିୟମାବଳୀର ଅବମାନନା କରାଯାଇିଛି । ବିଶେଷକରି ପୁରୀ, ଗୋପ, ପିପିଲି, କୁଜଙ୍ଗ, ଜଗତପୁର ଓ ଛତ୍ରପୁରରେ ବାଣିଜ୍ୟିକ ଜମିଗୁଡ଼ିକ ଆଦୌ ଚିହ୍ନଟ କରାଯାଇନଥିଲା । ଏହାମଧ୍ୟରେ କଟକ ଓ ପୁରୀ ସହରାଞ୍ଚରେ ଥିବା କୌଣସି ଜମି ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ସତ୍ତ୍ୱେ ବାଣିଜ୍ୟିକ ବର୍ଗରେ ବର୍ଗୀକୃତ କରାଯାଇନଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଗୀକରଣର ସଠିକତାକୁ ନିଶ୍ଚିତ କରିବା ପାଇଁ ସିଏଜି ୩,୧୮୬ଟି ଜମିକୁ ଯାଞ୍ଚ କରିଥିଲେ । ଅଡ଼ିଟ୍ ପରେ ଜଣାପଡ଼ିଲା ଯେ ୨,୮୮୪ଟି ଜମିରେ ଅବସ୍ଥିତ କୋଠାଗୁଡିକ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ବ୍ୟବହୃତ ହେଉଥିଲା । ଏହାର ଆନୁପାତିକ ହାର ୯୦.୫୨ ପ୍ରତିଶତ ରହିଛି । ମାତ୍ର ୫୮୫ ଜମି ବାଣିଜ୍ୟିକ ବର୍ଗରେ ବର୍ଗୀକୃତ କରାଯାଇଥିଲା । ଏହାର ଆନୁପାତିକ ହାର ୨୦.୩୦ ପ୍ରତିଶତ । ଅବଶିଷ୍ଟ ୨,୨୯୯ଟି ଜମି ତ୍ରୁଟିପୂର୍ଣ୍ଣ ଭାବରେ ‘ଆବାସିକ’ କିମ୍ବା ‘ଅନ୍ୟାନ୍ୟ ଜମି’ ଭାବରେ ବର୍ଗୀକୃତ କରାଯାଇନଥିଲା । ସେହିପରି ୩୦୨ଟି ଜମିରେ ଆବାସିକ ଉଦ୍ଦେଶ୍ୟରେ ନିର୍ମିତ କୋଠାଗୁଡ଼ିକ ମଧ୍ୟରୁ ମାତ୍ର ୧୧୮ଟି ଜମି (୩୯.୦୭ ପ୍ରତିଶତ) ପ୍ରକୃତ ପକ୍ଷେ ଆବାସିକ ଭାବରେ ବର୍ଗୀକୃତ କରାଯାଇଥିଲା ଏବଂ ଅବଶିଷ୍ଟ ୧ ୮୪ଟି ଜମି ତ୍ରୁଟିପୂର୍ଣ୍ଣ ଭାବରେ ‘ଅନ୍ୟାନ୍ୟ ଜମି’ ଅର୍ଥାତ୍ ଜଳସେଚିତ, ବଗାୟତ, ପତିତ ଓ ବିବିଧ ଭାବରେ ବର୍ଗୀକୃତ କରାଯାଇଥିଲା । ୩,୧୮୬ ଟି ଜମି ମଧ୍ୟରୁ ୨୬୮ଟି ଜମିରେ (୮.୪୧ ପ୍ରତିଶତ) ବାଣିଜ୍ୟିକ କିମ୍ବା ଆବାସିକ କୋଠା ନିର୍ମାଣ ହୋଇ କାର୍ଯ୍ୟକ୍ଷମ ଥିବା ସତ୍ତ୍ୱେ ଏମ୍‌ଭିଜିର ନିର୍ଦ୍ଧାରଣ କିମ୍ବା ସଂଶୋଧନ କରାଯାଇନଥିଲା ।
ଜମିଗୁଡ଼ିକରେ ହୋଟେଲ ଓ ବ୍ରାଣ୍ଡେଡ୍ ଷ୍ଟୋର କାର୍ଯ୍ୟକ୍ଷମ ଥିବା ସହିତ ସ୍ପଷ୍ଟ ଭାବରେ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇଛି । ରାଜସ୍ୱ ନିରୀକ୍ଷକମାନେ ଜମି ରେକର୍ଡ ଅନୁଯାୟୀ ସେସବୁ ଜମି  ଜଳସେଚିତ ଓ ଚାଷ ଜମି ବୋଲି ବର୍ଗୀକରଣ କରି ଜମିର ମୂଲ୍ୟ ପ୍ରଦାନ କରାଯାଇଛି । ତହସିଲଦାରଙ୍କ ମାଧ୍ୟମରେ ମୂଲ୍ୟାଙ୍କନ କମିଟି ନିକଟକୁ ପ୍ରେରଣ କରିବା ପୂର୍ବରୁ ଆର୍‌ଆଇମାନେ ଅନ୍ୟାନ୍ୟ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ଇନ୍‌ପୁଟ ସଂଗ୍ରହ କରିନଥିଲେ । ଫଳରେ ରାଜସ୍ୱ ବିଭାଗରେ ବ୍ୟାପକ କ୍ଷତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking