28.1 C
Bhubaneswar
Tuesday, January 20, 2026
Homeଓଡିଶାଜଳିଗଲା ୧ ନମ୍ବର ମାର୍କେଟ

ଜଳିଗଲା ୧ ନମ୍ବର ମାର୍କେଟ

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଭୟାବହ ଅଗ୍ନିକାଣ୍ଡ । ୟୁନିଟ୍-ୱାନ୍ ବା ୧ ନମ୍ବର ମାର୍କେଟରେ ନିଆଁ ଲାଗି ଜଳିଯାଇଛି ୨୫ରୁ ଅଧିକ ଦୋକାନ । ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଜଳିପଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତି ପାଖାପାଖି ଗୋଟାଏ ରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ମାର୍କେଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍‌ ଷ୍ଟ୍ରାଇକ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ତେବେ ଗୋଟିଏ ପ୍ଲାଷ୍ଟିକ୍‌ ଦୋକାନରେ ନିଆଁ ଲାଗିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀକୁ ନୟାନ୍ତ ହେବାକୁ ପଡ଼ିଛି ।  ପ୍ରାୟ ୨୦ଫୁଟ ଉଚ୍ଚରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ, ଦୋକାନ ବନ୍ଦକରି ଘରକୁ ବାହାରୁଥିବା ଦୋକାନୀ ଓ କ୍ୟାପିଟାଲ ଥାନା ପୁଲିସ ହତଚକିତ ହୋଇଯାଇଥିଲେ । ନିଆଁର ପ୍ରକୋପ ଭୟଙ୍କର ହୋଇଥିବାରୁ ଲିଭାଇବା ପାଇଁ ଆସିଥିବା ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ହାଟ ଭିତରକୁ ପଶିପାରିନଥିଲେ। ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଜଳିପଡ଼ି ପାଉଁଶ ହୋଇଯାଇଛି ।  ତେବେ କେମିତି ଘଟିଲା ଏତେ ବଡ ଅଗ୍ନିକାଣ୍ଡ, ତାର କାରଣ ସ୍ପଷ୍ଟ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking