24.1 C
Bhubaneswar
Friday, January 16, 2026
Homeଦେଶ ବିଦେଶମାର୍କ କାର୍ନି କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ: ଭାରତ ସହ ସୁଦୃଢ଼ ସମ୍ପର୍କ ସ୍ଥାପନ ହେବ ପ୍ରାଥମିକତା

ମାର୍କ କାର୍ନି କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ: ଭାରତ ସହ ସୁଦୃଢ଼ ସମ୍ପର୍କ ସ୍ଥାପନ ହେବ ପ୍ରାଥମିକତା

ଓଟାୱା: ବ୍ୟାଙ୍କ୍ ଅଫ୍ କାନାଡା ଏବଂ ବ୍ୟାଙ୍କ୍ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ଏବେ ସେ କାନାଡାର ବିଦାୟୀ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ ସ୍ଥାନ ନେବେ। ତେବେ ଟ୍ରୁଡେୟୁଙ୍କ ଯୋଗୁ ଭାରତ ଏବଂ କାନାଡା ମଧ୍ୟରେ ବିଗିଡିଯାଇଥିବା ସମ୍ପର୍କକୁ ସୁଧାରିବା ଦିଗରେ କାର୍ନି କାମ କରିବେ ବୋଲି ଆଶା କରାଯାଉଛି। କାର୍ନି ମଧ୍ୟ ନିଜ ପ୍ରଥମ ସମ୍ବୋଧନରେ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଉପରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଭାରତକୁ ନେଇ ଦେଇଥିବା ମନ୍ତବ୍ୟରୁ ଭାରତ ପ୍ରତି ତାଙ୍କ ମନୋଭାବ ସକାରାତ୍ମକ ରହିଥିବା ଜଣାପଡ଼ୁଛି। ଏହି ସପ୍ତାହର ଆରମ୍ଭରେ ସେ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଉତ୍ତର-ପଶ୍ଚିମ ଅଞ୍ଚଳ କାନାଡାରେ ଜନ୍ମିତ ୫୯ ବର୍ଷୀୟ କାର୍ନି ୧୩୧,୬୭୪ ଭୋଟ ପାଇଥିବାବେଳେ ମୋଟ ୮୬% ଭୋଟ ପାଇ ଲିବେଲାର ପାର୍ଟିର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଟ୍ରୁଡେୟୁଙ୍କ ସରକାରରେ ପୂର୍ବତନ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ୧୧,୧୩୪ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେବେ କାର୍ନିଙ୍କୁ ଗତ ମଙ୍ଗଳବାର ତାଙ୍କୁ ଶାସକ ଲିବେରାଲ ପାର୍ଟିର ନେତା ଭାବେ ଚୟନ କରାଯାଇଛି। କାର୍ନିଙ୍କ ପିଲାଦିନ ଏଡମୋଣ୍ଟନରେ ବିତିଥିଲା। ସେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଅଧ୍ୟୟନ କରିଥିଲେ। ଏହା ପରେ, ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଏବଂ ପରେ ୧୯୯୫ମସିହାରେ ଅର୍ଥନୀତିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ।

୨୦୦୮ ମସିହାରେ ତାଙ୍କୁ ବ୍ୟାଙ୍କ ଅଫ କାନାଡାର ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା। ୨୦୧୦ ମସିହାରେ, ବିଶ୍ୱ ପ୍ରସିଦ୍ଧ ପତ୍ରିକା ‘ଟାଇମ୍‌’ ତାଙ୍କୁ ବିଶ୍ୱର ୨୫ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଜଣେ ବୋଲି ଘୋଷଣା କରିଥିଲା। ଏହା ବ୍ୟତୀତ, ୨୦୧୨ମସିହାରେ ୟୁରୋମନି ପତ୍ରିକା ତାଙ୍କୁ ‘ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଫ ଦି ଇୟର’ ଘୋଷଣା କରିଥିଲା। ସମ୍ପ୍ରତି ସେ ଜଳବାୟୁ କାର୍ଯ୍ୟ ଏବଂ ଅର୍ଥ ଉପରେ ଜାତିସଂଘର ସ୍ୱତନ୍ତ୍ର ଦୂତ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ବ୍ରୁକଫିଲ୍ଡ ଆସେଟ ମ୍ୟାନେଜମେଣ୍ଟରେ ଟ୍ରାଞ୍ଜିସନ ଇନଭେଷ୍ଟିଂ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୨ ମସିହାରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର ତାଙ୍କୁ ଅର୍ଥମନ୍ତ୍ରୀ ହେବାର ସୁଯୋଗ ଦେଇଥିଲେ। କିନ୍ତୁ ସେତେବେଳେ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଏବେ ସେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। କାର୍ନି ପରୋକ୍ଷରେ ଟ୍ରୁଡେୟୁଙ୍କ ନୀତିକୁ ସମାଲୋଚନା ମଧ୍ୟ କରିଛନ୍ତି। କାର୍ନିଙ୍କ କହିବାନୁସାରେ ଯେଉଁ ଦେଶଗୁଡ଼ିକ ସହ ନିକଟ ଅତୀତରେ କାନାଡା ସମ୍ପର୍କ ଖରାପ କରିଛି ସେସବୁକୁ ସେ ପୁଣିଥରେ ସୁଦୃଢ଼ କରିବେ। କାନାଡ଼ା ପରି ବିଚାରଧାରା ରଖୁଥିବା ଦେଶଗୁଡ଼ିକ ସହିତ ସେ ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ କରିବେ। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜିକ ଯୁଦ୍ଧଜନିତ ଚାପ (ଅତିରିକ୍ତ ଟାରିଫ୍‌) ସମ୍ପର୍କରେ କାର୍ନି କହିଛନ୍ତି, ଏବିଷୟରେ ତାଙ୍କ ସରକାର ଚିନ୍ତା କରିବେ ଏବଂ ଉପଯୁକ୍ତ ନିଷ୍ପତ୍ତି ନେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking