ଭୁବନେଶ୍ୱର:ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ବଡ଼ଧରଣର ଚଢ଼ାଉ କରି ମଙ୍ଗଳବାର ସକାଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ 3 କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।ସୂଚନା ଅନୁଯାୟୀ, ବିମାନ 6E-1066 ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଙ୍କ ଯାଞ୍ଚ ସମୟରେ ଦୁଇ ଜଣ ଯାତ୍ରୀଙ୍କଠାରୁ ଏହି ନିଷେଧ ସାମଗ୍ରୀ ଜବତ କରାଯାଇଥିଲା।ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ, DRI ଟିମ୍ ଏକ ବିସ୍ତୃତ ଯାଞ୍ଚ କରିଥିଲା, ଯାହା ସମୟରେ ଉଭୟ ଅଭିଯୁକ୍ତଙ୍କ ନିକଟରୁ ନିଶାଦ୍ରବ୍ୟ ଜବତ କରାଯାଇଥିଲା।ଉଭୟ ଅଭିଯୁକ୍ତ ତାମିଲନାଡୁର ବାସିନ୍ଦା ଏବଂ ବର୍ତ୍ତମାନ ଡିଆରଆଇ ଅଧିକାରୀମାନେ ସେମାନଙ୍କୁ ପଚରାଉଚରା କରୁଛନ୍ତି।ଅଧିକ ତଦନ୍ତ ଚାଲିଛି।









