ଭୁବନେଶ୍ୱର: ଟପ୍ ମାଓନେତା ଗଣେଶର ନିହତକୁ ବଡ ସଫଳତା କହିଲେ ପୋଲିସ ଡିଜି ୱାଇ. ବି ଖୁରାନିଆ । ସେ କହିଛନ୍ତି ଯେ ଗଣେଶ ନିହତ ପରେ ଓଡିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଗଣେଶ ସମେତ ୪ ନକ୍ସଲ ନିହତ ହୋଇଛନ୍ତ, ଏହା ଏକ ବଡ ସଫଳତା । ସର୍ଚ୍ଚ ଅପରେସନ ଜାରି ରହିଛି, ଅପରେସନ ଏବେ ବି ଚାଲିଛି । କାଲି ୨ ମାଓବାଦୀ ନିହତ ହୋଇଥିଲେ, ସେମାନଙ୍କ ମୁଣ୍ଡ ଉପରେ ଥିଲା ୨୩ ଲକ୍ଷ ଟଙ୍କା । ୨୩ ତାରିଖରେ ମାଲକାନଗିରିରେ ୨୨ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ଆମ ଲକ୍ଷ । ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଆମ ରାଜ୍ୟର ପଲିସି ସବୁଠୁ ଶ୍ରେଷ୍ଠ । ତେଣୁ ମାଓବାଦୀ ହିଂସାପଥ ଛାଡି ମୁଖ୍ୟସ୍ରୋତରେ ସାମିଲ୍ ହୁଅନ୍ତୁ ।








