ବୌଦ୍ଧ: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଞ୍ଚଳର ସିଗାଡି ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ । ୨୫ ଜଣ ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଉଛି । ଗତ ଦୁଇରୁ ତିନିଦିନ ହେଲା ଏମାନେ ସିଗାଡି ଜଙ୍ଗଲରେ ଲୁଚିଛନ୍ତି । ୨୫ ଜଣ ଯାକ ଛତିଶଗଡି କ୍ୟାଡରର ମାଓବାଦୀ ବୋଲି କୁହାଯାଉଛି । ସେଠାରେ ସେମାନେ କ୍ୟାମ୍ପ କରି ଲୁଚି ରହିଥିଲେ । ତେବେ ମ୍ୟାପରେ କ୍ୟାମ୍ପର ଚିତ୍ର ଦେଖାଯିବା ପରେ ସନ୍ଦେହ ବଢିଛି । ଏହାପରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳ ଉପରେ ନଜର ରଖିଛନ୍ତି । ଏହାସହ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।









