21.1 C
Bhubaneswar
Friday, February 6, 2026
Homeଓଡିଶାମିଳିଲେନି ମାଓବାଦୀ, ମିଳିଲା ଗଞ୍ଜେଇ

ମିଳିଲେନି ମାଓବାଦୀ, ମିଳିଲା ଗଞ୍ଜେଇ

ବୌଦ୍ଧ: ବୌଦ୍ଧ ପୋଲିସକୁ ବଡ ସଫଳତା। ମାଓ ସର୍ଚ୍ଚ ଅପରେସନ ବେଳେ ଗଞ୍ଜେଇ ବାଡ଼ିରୁ ଧରା ପଡିଲେ ୨୪ଜଣ ଗଞ୍ଜେଇ ମାଫିଆ। ଗଞ୍ଜେଇ ମାଫିଆଙ୍କ ନିକଟରୁ ୬କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ସହ ୭ଟି ମୋବାଇଲ ଫୋନ ଓ ୫ଟି ଟ୍ରଚ୍‌ ଲାଇଟ ଜବତ ହୋଇଛି। କନ୍ଧମାଳ-ବୌଦ୍ଧ ସୀମାନ୍ତ ମାତାକୂପା ଜଙ୍ଗଲ ମାଓ ଗତିବିଧି ଥିବା ସନ୍ଦେହରେ ବୌଦ୍ଧ ଏସିପିଙ୍କ ନିର୍ଦ୍ଦେଶରେ ବିଏସ୍‌ଏଫ୍, ଡିଭିଏଫ୍ ଓ କଣ୍ଟାମାଳ ପୋଲିସର ମିଳିତ ଟିମ ସର୍ଚ୍ଚ ଅପରେସନ କରୁଥିଲା । ଏହି ସମୟରେ ମାତାକୂପା ଜଙ୍ଗଲରେ ସନ୍ଦେହ ଜନକ ଅବସ୍ଥାରେ ୨୪ ଜଣ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପାଇଥିଲେ। ଏମାନେ ମାଫିଆଙ୍କ ଗଞ୍ଜେଇ ପ୍ୟାକେଟକୁ ଜଙ୍ଗଲରୁ ବାହାରକୁ ଚାଲାଣ କରିଥାନ୍ତି। ୨୪ ଜଣଙ୍କ ମଧ୍ୟରେ ଜଣେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଗଞ୍ଜେଇ ମାଫିଆକୁ ଧରିବା ପାଇଁ କଣ୍ଟାମାଳ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking