କଳାହାଣ୍ଡି :ମାଓ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ କଳାହାଣ୍ଡି ଗସ୍ତରେ ଅଛନ୍ତି ଡିଜିପି ୟୋଗେଶ ବାହାଦୁର ଖୁରାନିଆ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟରେ ପହଞ୍ଚି, ଛତିଶଗଡ଼ ଗରିଆବନ୍ଦ ଓ ସୀମାନ୍ତ ନୁଆପଡା ମାଓ ଗୁଳି ବିନିମୟ ଘଟଣା ଓ ମାଓସ୍ଥିତିକୁ ନେଇ ସମିକ୍ଷା କରିଛନ୍ତି । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ସିଆରପିଏଫ କାମାଣ୍ଡାଣ୍ଟଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।କିଛି ସମୟ ପରେ ୱାଇ ବି ଖୁରାନିଆ ନୂଆପଡ଼ାରେ ପହଞ୍ଚିବେ । ସ୍ଥାନୀୟ ଜିଲ୍ଲା ପୁଲିସ କାର୍ୟ୍ୟାଳୟରେ ମାଓବାଦୀଙ୍କ କାର୍ୟ୍ୟକଳାପର ସ୍ଥିତି ଅନୁଧ୍ୟାନ କରିବା ପରେ ପଗାରପାଣି ସ୍ଥିତ ସିଆରପିଏଫ୍ ନୂତନ ବାଟାଲିୟନକୁ ଯିବେ । ପରେ ରିଜର୍ଭ ଠାରେ ଏସଓଜି ଯବାନଙ୍କୁ ଭେଟିବେ । ଯବାନ ଓ ମାଓବାଦୀଙ୍କ ଗୁଳିବିନିମୟ ଘଟଣା ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।