ଭୁବନେଶ୍ୱର : ମାଓ ଅପରେସନ ପ୍ରସଙ୍ଗରେ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସହ ଡିଜିପି ୱାଇ ବି ଖୁରାନିଆଙ୍କ ବୈଠକ ବସିଛି । ଛତିଶଗଡ ଡିଜିପି ମଧ୍ୟ ବୈଠକରେ ସାମିଲ ଅଛନ୍ତି । ଛତିଶଗଡ ସୀମାରେ ପଶି ଅପରେସନ କରୁଛି ଓଡିଶା ପୁଲିସ । ଅପରେସନରେ ୨ ରାଜ୍ୟର ପୁଲିସକୁ ମିଳିଛି ବଡ ସଫଳତା । ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୧୪ ମାଓବାଦୀ ନିପାତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗୁଇନ୍ଦା ତଥ୍ୟ ମିଳିବା ପରେ ମିଳିତ ଅପରେସନ ଆରମ୍ଭ ହୋଇଛି । ଛତିଶଗଡ କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ସଂଖ୍ୟାଧିକ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଆରମ୍ଭ ହୋଇଥିଲା ମିଳିତ ଅପରେସନ ।