ଭୁବନେଶ୍ୱର: ଭୂପିନ୍ଦରଙ୍କ ପ୍ରସଙ୍ଗରେ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା । କହିଲେ କଂଗ୍ରେସ ଏକମାତ୍ର ବିକଳ୍ପ, କାରଣ ବିଜେପି-ବିଜେଡି ଏକ । ଦଳ ଛାଡିଥିବା ନେତାଙ୍କୁ ଫେରିବାକୁ ଆହ୍ୱାନ ଦେଇଛୁ । ଭୂପିନ୍ଦର ଜାଣନ୍ତି. କଂଗ୍ରେସ କେଉଁ ପ୍ରସଙ୍ଗକୁ ନେଇ ଲଢେଇ କରୁଛି । ଭବିଷ୍ୟତରେ କଂଗ୍ରେସ ସରକାର କରିବ ଓଡିଶାରେ । ଅନେକକୁ ଯୋଗାଯୋଗ କରିଛୁ ଏବଂ ଅନେକ ଆମ ସମ୍ପର୍କରେ ଅଛନ୍ତି ।
ବିଜେଡି ନେତା ଭୂପିନ୍ଦର ସିଂ ଏକ ବିସ୍ଫୋରକ ବୟାନ ଦେଇଥିଲେ । ବିଜେଡି କମିଟି ଓ ପିଏସିରୁ ବାଦ ପଡ଼ିବା ପରେ ଶ୍ରୀ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ବିଜେଡି କମିଟି ଓ ବିଏସିରୁ କାହିଁକି ବାଦ ପଡ଼ିଲି ସେ ସମ୍ପର୍କରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଜାଣିଥିବେ । ମୁଁ ସବୁବେଳେ ଖୁସି । ଲୋକଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖରେ ଅଛି । ବିଧାୟକ ନଥିଲେ ବି ମୁଁ ଅଧିକ ସମ୍ମାନ ପାଉଛି ।
ମୁନା ଖାଁ ନିଜ ପଦକୁ ନେଇ ଖୁସି ନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଆହୁରି ବି ବହୁ ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖରେ ଖବର ରହିଛି । ଲୋକଙ୍କ ଧାରଣା ଏହା ଯେ ବିଜେଡିରେ ବିଶେଷ କିଛି ଢ଼ାଞ୍ଚାଗତ ପରିବର୍ତ୍ତନ ହୋଇନାହିଁ । ଯଦି ଏହା ଉପରେ ବିଚାର କରାନଯାଏ ତେବେ ଆଗକୁ ଦଳ ପାଇଁ ଠିକ ହେବନି ବୋଲି ଭୂପିନ୍ଦର ସିଂ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ବିଜେଡି ଦୃଢ଼ ବିରୋଧୀ ଦଳ ହୋଇପାରୁନି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି ।
ବିଜେପି ସାଙ୍ଗରେ ବିଜେଡି ସବୁବେଳେ ସଫ୍ଟ ଲାଇନରେ ରୁହେ । ଚର୍ଚ୍ଚା ବି ହେଉଛି, ବିଜେଡି ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା । ଚର୍ଚ୍ଚାକୁ ଯଦି ଆମେ ମିଛ ବୋଲି ଭାବିବା ତାହା ହେଲା ଫଳ କିଛି ବି ମିଳିବନି । ଏତିକିବେଳେ ସାମ୍ନାକୁ ଆସିଛି ଭୂପିନ୍ଦରଙ୍କ ପ୍ରସଙ୍ଗରେ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା ।