13.1 C
Bhubaneswar
Monday, January 19, 2026
Homeଓଡିଶାଆହୁରି ଅନେକ ନେତା ବିଜେଡି ଛାଡିପାରନ୍ତି  : ଅମର ଶତପଥୀ 

ଆହୁରି ଅନେକ ନେତା ବିଜେଡି ଛାଡିପାରନ୍ତି  : ଅମର ଶତପଥୀ 

ଭୁବନେଶ୍ୱର : ବିଜେଡିରେ ଆଗକୁ ଅନେକ କଥା ଘଟିବାକୁ ଯାଉଛି । ବହୁ ନେତା ବିଜେଡି ଛାଡ଼ିବେ । ବିଜେଡିର ଭବିଷ୍ୟତକୁ ନେଇ କିଛି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଅମର ଶତପଥୀ । କହିଛନ୍ତି, ଆଗାମୀ ଦିନରେ ବିଜେଡିରେ ଅନେକ କିଛି ଘଟିବାକୁ ଯାଉଛି। ଦୁଇଜଣ ରାଜ୍ୟସଭା ସାଂସଦଙ୍କ ଇସ୍ତଫା ପରେ ଅନେକ ନେତା ଲାଇନରେ ଅଛନ୍ତି। ଆଗାମୀ ଦିନରେ ଏହି ନେତାମାନେ ବିଜେଡି ଛାଡ଼ିବା ନେଇ ଭବିଷ୍ୟବାଣୀ କରିଛନ୍ତି ଅମର ଶତପଥୀ।

ତେବେ ପୁଣି ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ । ବିଜେଡିର ଜଣେ ପରେ ଜଣେ ନେତାଙ୍କ କାଉଣ୍ଟରକୁ ଅପରିପକ୍ୱ ବୋଲି କହିଛନ୍ତି ଅମର । ସେ କହିଛନ୍ତି ଯେ, ଏଭଳି ଅରୁଚିକର ଅପରିପକ୍ୱ ମନ୍ତବ୍ୟ ଯେଉଁମାନେ ଦେଉଛନ୍ତି ସେମାନଙ୍କ ପ୍ରତି ତାଙ୍କର ଦୟା ଆସୁଛି । ଯେଉଁମାନେ ବିଜୁ ଜନତା ଦଳ ଗଠନରେ ନଥିଲେ ସେମାନେ ବର୍ତ୍ତମାନ ଆସି କ୍ୟାମେରା ସାମ୍ନାରେ ବହୁତ କଥା କହୁଛନ୍ତି । ଏଭଳି ବୟାନବାଜି ହିଁ କହୁଛି, ବିଜେଡି ବର୍ତ୍ତମାନ ବାସ୍ତବତାଠୁ କେତେ ଦୂରରେ ରହିଛି । ଏଥିସହ ବୟାନ ବାଜି କରୁଥିବା ନେତାମାନେ ବାସ୍ତବତାକୁ ବୁଝିବାକୁ ଚାହୁଁନାହାନ୍ତି ବୋଲି ଅମର ଶତପଥୀ କହିଛନ୍ତି ।

ଖାଲି ସେତିକି ନୁହେଁ, ଅମର ଆହୁରି ମଧ୍ୟ କହିଛନ୍ତି ଯେ, ବୟାନବାଜି କରୁଥିବା ନେତାମାନେ ତାଙ୍କ ମୂଳ ପ୍ରଶ୍ନର ଉତ୍ତର ଦେଉନାହାନ୍ତି । ଦଳର ପରାଜୟ କାହିଁକି ହେଲା ଏବଂ ଗୋଲମାଳିଆ ସ୍ଥିତି ପାଇଁ କିଏ ଦାୟୀ? ରାଜ୍ୟ ସଭାପତି ସେ ବିଷୟରେ ଉତ୍ତର ଦେବା ଦରକାର ବୋଲି ସେ କହିଥିଲେ । ରାଜ୍ୟ ସଭାପତି ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲିନାହାନ୍ତି । କିନ୍ତୁ ଯେଉଁମାନେ ତାଙ୍କ ତରଫରୁ କହୁଛନ୍ତି ସେମାନଙ୍କ ପ୍ରଛଦ ପଟ୍ଟରେ କିଏ ଅଛି ଆଉ ସାମ୍ନା ପଟ୍ଟରେ କିଏ ଅଛି ତାହା କହିବାକୁ ଚାହୁଁନି ବୋଲି ସେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।ଅମର କହିଛନ୍ତି, ଦଳରେ ସଂସ୍କାର ଆଣିବା ଲାଗି ସ୍ଥିତିରେ ସୁଧାର ଆଣିବା ଲାଗି କହିଥିଲେ କିନ୍ତୁ ତାକୁ ଭୁଲ ବାଟରେ ନେଇ ଅଣନିଶ୍ୱାସୀ ଥିବା କଥା କୁହାଗଲା । ଯିଏ ଅଣନିଶ୍ୱାସୀ ଶବ୍ଦଟି ଲଗେଇଛନ୍ତି ସେ କେତେ ଅମ୍ଳଜାନ କି ଅଙ୍ଗାରକାମ୍ଳ ପାଉଛନ୍ତି ଜାଣିନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking