ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ୨୦୨୪ ସ୍ପୋର୍ଟସ ଏବଂ ଏଡଭେଞ୍ଚର ଆୱାର୍ଡସ କାଯ୍ୟକ୍ରମ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଛି । ପୁରସ୍କାର ମଧୟରେ ଧ୍ୟାନଚାନ୍ଦ ଖେଳ ରତ୍ନ ଆୱାର୍ଡସ ୨୦୨୪ , ଅର୍ଜୁନ ଆଫ୍ୱାର୍ଡ ୨୦୨୪ , ଟେନଜିଂ ନୋରଗେ ନାସନାଲ ଏଡଭେଞ୍ଚଚର ଆଫ୍ୱାର୍ଡ ୨୨୦୨୩ , ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୪ , ଏବଂ ମୌଲାନା ଅବୁଲ କାଲାମ ଆଜାଦ ଟ୍ରଫି – ୨୦୨୪ । ତେବେ ଡବଲ ଅଲମ୍ପିକ ପଦକ ବିଜେତା ମନୁ ଭକର ଏବଂ ବିଶ୍ୱ ଚେସ ଚମ୍ପିଆନ ଡି ଗୁକେଶଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର କରିଥିଲେ । ଭାରତାୟ ପୁରୁଷ ହକି ଟିମର ଅଧିନାୟକ ହରମନପ୍ରୀତ ସିଂ କୁମାର ଯିଏ କି ପ୍ୟାରିସ ଅଲମ୍ପିକରେ ହାଇ ଜମ୍ପରେ ଗୋଲ୍ଡ ମେଡାଲ ପାଇଥିଲେ । ତାଙ୍କୁ ମଧ୍ୟ ରାଷ୍ଟ୍ରପତି ସମ୍ମାନ ଜଣାଇଥିଲେ । ମନୁ ଭାକର ଏବଂ ଡି ଗୁକେଶ ଚାରି ଜଣଙ୍କ ଖେଳାଳିଙ୍କ ମଧ୍ୟରୁ କ୍ରୀଡା ସମ୍ମାନ ପାଇଥିଲେ । ମନୁଭାକର ଭାରତ ପାଇଁ ଇତିହାସ ରଚିଛନ୍ତି । ସେ ପ୍ୟାରିସ ଅଲମ୍ପିକରେ ଦୁଇଟି ବ୍ରୋଞ୍ଜ ପଦକ ଜିତି ସାରା ଦେଶବାସୀଙ୍କ ମନ ଜିଣିଥିଲେ । ଡି ଗୁକେଶ ବିଶ୍ୱର କନିଷ୍ଠ ଚେସ ଚମ୍ପିୟନ୍ସିପ । ଅଲମ୍ପିକ ମେଡାଲିଷ୍ଟ ସରବଜତ ସିଂ ଏବଂ ସ୍ୱପ୍ନିଲ କୁସାଲେ ଉଭୟେ ଅରଜୁନ ଆୱାର୍ଡ ଗ୍ରହଣ କରିଛନ୍ତି ।