ନୂଆଦିଲ୍ଲୀ : ଭାରତୀୟ ଶୁଟର ମନୁ ଭାକର ରଚିଲେ ଇତିହାସ । ପ୍ୟାରିସ ଅଲିମ୍ପିକ୍ସ ମନୁ ଭାକରଙ୍କୁ ୨ଟି ପଦକ । ମନୁ ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିବାରେ ଗୌରବ ହାସଲ କରିଛନ୍ତି । ୧୦ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଂଟରେ ଭାରତୀୟ ଯୋଡି ମନୁ ଭାକର ଓ ସରବଜିତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୬-୧୦ରେ ପରାସ୍ତ କରିଛନ୍ତି । ଏହା ପୂର୍ବରୁ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ମଧ୍ୟ ସେ ବ୍ରୋଞ୍ଜ ପଦକ ଜିତିଥିଲେ ।